ମେଘାଳୟରେ କଂଗ୍ରେସକୁ ଝଟ୍‌କା: ୫ ବିଧାୟକଙ୍କ ଇସ୍ତଫା, ଏନ୍‌ପିପିରେ ସାମିଲ ହେବେ

ଗୌହାଟି: କଂଗ୍ରେସ ଶାସିତ ମେଘାଳୟରେ ଆଜି ଦଳକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ୫ ବିଧାୟକଙ୍କ ସମେତ ସମୁଦାୟ ୮ ଜଣ ବିଧାୟକ ଆଜି ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ସମସ୍ତ ବିଧାୟକ ବିଜେପିର ସହଯୋଗୀ ଦଳ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି)ରେ ଯୋଗ ଦେବେ ବୋଲି ଜଣାଯାଇଛି । ତେବେ ୨୦୧୮ ଫେବ୍ରୁଆରି ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ୫ ଜଣ ବିଧାୟକ ଦଳ ତ୍ୟାଗ କରିବା କଂଗ୍ରେସ ପାଇଁ ଏକ ବଡ଼ ଝଟକା ହୋଇଛି। ଏହାଦ୍ୱାରା ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୨୯ରୁ ୨୪କୁ ଖସି ଆସିଛି। ଗତ ମାସରେ ମଧ୍ୟ ଅନ୍ୟଜଣେ କଂଗ୍ରେସ ବିଧାୟକ ପି ଏମ ସୟେମ ଇସ୍ତଫା ଦେଇଥିଲେ। ତେବେ ମୁକୁଲ ସାଙ୍ଗମାଙ୍କ ଦ୍ୱାରା ପରିଚାଳିତ ସାଙ୍ଗମା ସରକାର ପ୍ରତି ଏହା ଆଦୌ ବିପଦ ଆଣିବନି ବୋଲି ଜଣାଯାଇଛି। ସମସ୍ତ ୮ ଜଣ ବିଧାୟକ ର ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ଅବୁ ତହେର ମଣ୍ଡଲଙ୍କୁ ପ୍ରଦାନ କରିଛନ୍ତି ଏବଂ ଆସନ୍ତା ଜାନୁଆରି ୪ ତାରିଖରେ ସିଲଂରେ ଆୟୋଜିତ ଏକ ଜନ ସମାବେଶରେ ସେମାନେ ଏନପିପିରେ ଯୋଗ ଦେବେ ବୋଲି ଦଳୀୟ ସୁତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର