ସାମ୍ନାକୁ ଆସିଲା ପଥର ଫିଙ୍ଗାଳିଙ୍କ ଅସଲ ଚେହେରା : ମାସିକ ୨୦,୦୦୦ ଟଙ୍କା ଦରମାରେ ଅନ୍ୟ ରାଜ୍ୟର ଯୁବକଙ୍କୁ ନିୟୋଜିତ କରାଯାଉଥିଲା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେନା ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଉତ୍ତରପ୍ରଦେଶର ୬ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପୁଲିସ ପଚରାଉଚରା କରିବା ପରେ ଆତଙ୍କବାଦୀ ସଙ୍ଗଠନମାନେ କିଭଳି ପଥର ଫିଙ୍ଗାଳିଙ୍କୁ ନିୟୋଜିତ କରୁଛନ୍ତି ,ସେ ନେଇ ତଥ୍ୟ ସାମ୍ନାକୁ ଆସିଛି। ଏହି ୬ଜଣ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନଙ୍କୁ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଥିବା ଏକ ପୋଷାକ ସିଲାଇ କାରଖାନାରେ କପଡା ସିଲେଇ କାମ ଲାଗି ୨୦,୦୦୦ ଟଙ୍କା ଦରମାରେ ଜନୈକ କଣ୍ଟ୍ରାକ୍ଟର ଉତ୍ତର ପ୍ରଦେଶରୁ ନେଇଥିଲେ। ସେଠାରେ ସେମାନଙ୍କୁ ଟେଲରିଂ ବଦଳରେ ସେନାକର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ଲାଗି କୁହାଯାଇଥିଲା।

ଜମ୍ମୁ-କଶ୍ମୀରର ପୁଲିସ ଡିଜି ଓ.ପି.ସିଂଙ୍କ ଅନୁସାରେ ଉତ୍ତର ପ୍ରଦେଶର ବାଘପତ୍‌ ଓ ଶାହାରନ୍‌ପୁର ଜିଲ୍ଲାର ଏହି ୬ ଜଣ ଯୁବକ ସେନା ଉପରେ ପଥର ଫିଙ୍ଗିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନଙ୍କ ଭିତରେ ଥିବା ନସୀମ୍‌ ନାମକ ଯୁବକଙ୍କ କହିବା ଅନୁଯାୟୀ, ତାଙ୍କୁ ଏବଂ ତାଙ୍କ ଭଳି କିଛି ଯୁବକଙ୍କୁ ପୁଲ୍‌ଓ୍ଵାମାର ଏକ କାରଖାନାରେ ମାସିକ ୨୦,୦୦୦ଟଙ୍କା ଦରମାରେ କାମରେ ନିୟୋଜିତ କରାଯାଇଥିଲା। ଏଥିସହ ଶ୍ରମିକମାନଙ୍କୁ ଦରକାର ପଡ଼ିଲେ ପଥର ଫିଙ୍ଗିବା ଲାଗି କୁହାଯାଇଥିଲା। ନସୀମ ଓ ତାଙ୍କ କାରଖାନାର ଶ୍ରମିକମାନେ ସେନା ଉପରକୁ ପଥର ଫିଙ୍ଗି ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର