ପୁଣି ଦୁଇଜଣ ପାକିସ୍ତାନୀ ରୋଗୀଙ୍କୁ ଭିସା ପ୍ରଦାନ କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପୁଣି ଥରେ ତାଙ୍କ ସାମାଜିକ ଗଣମାଧ୍ୟମ କୁଟନୀତି ଖେଳିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସୁଚନା ପାଇବାର ମାତ୍ର ଏକ ଘଣ୍ଟା ମଧ୍ୟରେ ପାକିସ୍ତାନର ଦୁଇଜଣ ନାଗରିକଙ୍କୁ ମେଡ଼ିକାଲ ଭିସା ପ୍ରଦାନ କରିବା ସହିତ ସୁଷମା ସ୍ୱରାଜ ପାକିସ୍ତାନୀ ନାଗରିକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ସୁଷମାଙ୍କ ଏହି କାର୍ଯ୍ୟ ଉଭୟ ଦେଶର ସମ୍ପର୍କକୁ ସୁଧାରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସୁଷମା ଜଣେ ୩ ବର୍ଷୀୟା ନାବାଳିକାର ଓପନ ହାର୍ଟ ସର୍ଜରି ପାଇଁ ତାଙ୍କ ବାପା ଙ୍କ ଭିସା ଅନୁରୋଧକୁ ମଞ୍ଜୁର କରି ସୁଷମା ଲାହୋର ବାସିନ୍ଦା ଉଜୈର ହୁମାୟୁନଙ୍କୁ ଲେଖିଛନ୍ତି ଯେ ଆମେ ସେହି ୩ ବର୍ଷର ନାବାଳିକାର ଓପନ ହାର୍ଟ ସର୍ଜରି ପାଇଁ ଭିସା ମଞ୍ଜୁର କରୁଛୁ ଓ ତାର ଆଶୁ ଆରୋଗ୍ୟ କାମନା କରୁଛୁ।
ସୂଚନା ଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ହୁମାୟୁନ୍‌ ସୁଷମାଙ୍କୁ ଲେଖିଥିଲେ ଯେ ମୋର ୩ ବର୍ଷ ଝିଅର ତୁରନ୍ତ ଓପନ ହାର୍ଟ ସର୍ଜରି ଆବଶ୍ୟକ। ଏଥିପାଇଁ ଆମକୁ ଭାରତ ଯିବାକୁ ପଡ଼ିିବ। ତେଣୁ ମୋ ଝିଅର ଚିକିତ୍ସା ପାଇଁ ଭିସା ମିଳିବାରେ ସାହଯ୍ୟ କରନ୍ତୁ। ମୁଁ ସାରା ଜୀବନ ଆପଣଙ୍କ ପାଖରେ ଋଣୀ ରହିବି ବୋଲି ହୁମାୟୁନ ଲେଖିଥିଲେ। ଏହା ପାଇ ସୁଷମା ସ୍ୱରାଜ ହୁମାୟୁନଙ୍କ ଭିସା ମଞ୍ଜୁର କରିଥିଲେ। ଏହି ଘଟଣାର ଅଳ୍ପ କେତେକ ମିନିଟ୍‌ ମଧ୍ୟରେ ସୁଷମା ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଭାରତ ଆସୁଥିବା ଆଉ ଜଣେ ପାକିସ୍ତାନୀ ରୋଗୀଙ୍କୁ ଭିସା ମଧ୍ୟ ପ୍ରଦାନ କରିଛନ୍ତି। ନୁରମା ହବିବ ନାମକ ଜଣେ ପାକିସ୍ତାନୀ ମହିଳା ଗତ ଅକ୍ଟୋବର ୬ ତାରିଖରେ ଟୁଇଟ୍‌ କରି ସୁଷମା ସ୍ୱରାଜଙ୍କୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଅବଗତ କରି ତୁରନ୍ତ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ୁଥିବାରୁ ସେ ଭାରତ ଯିବାକୁ ଚାହୁଁଛନ୍ତି। ତେଣୁ ତାଙ୍କୁ ଭାରତ ପାଇଁ ମେଡିକାଲ ଭିସା ପ୍ରଦାନ ପାଇଁ ଅନୁରୋଧ କରିଥିଲେ ନୁରମା। ନୁର୍‌ମାଙ୍କ ଏହି ଅନୁରୋଧ ପାଇବା ପରେ ସୁଷମା ତାଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି ଯେ ଆମେ ତୁମ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ଭିସା ପ୍ରଦାନ କରୁଛୁ ଓ ତୁମ ବାପାଙ୍କ ଶୀଘ୍ର ଆରୋଗ୍ୟ ସହିତ ଦୀର୍ଘ ଜୀବନ କାମନା କରୁଛୁ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପୁଣି ଥରେ ତାଙ୍କ ସାମାଜିକ ଗଣମାଧ୍ୟମ କୁଟନୀତି ଖେଳିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସୁଚନା ପାଇବାର ମାତ୍ର ଏକ ଘଣ୍ଟା ମଧ୍ୟରେ ପାକିସ୍ତାନର ଦୁଇଜଣ ନାଗରିକଙ୍କୁ ମେଡ଼ିକାଲ ଭିସା ପ୍ରଦାନ କରିବା ସହିତ ସୁଷମା ସ୍ୱରାଜ ପାକିସ୍ତାନୀ ନାଗରିକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ସୁଷମାଙ୍କ ଏହି କାର୍ଯ୍ୟ ଉଭୟ ଦେଶର ସମ୍ପର୍କକୁ ସୁଧାରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ତେବେ ଏହା ପ୍ରଥମ ନୁହେଁ ଯେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶୀ ନାଗରିକମାନଙ୍କୁ ମେଡ଼ିକାଲ ଭିସା ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିଛନ୍ତି। ଭାରତର ୭୦ତମ ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ସୁଷମ ଜଣେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ସୋସିଅଲ ମିଡିଆରୁ ଜାଣିବା ପରେ ତାଙ୍କୁ ମେଡିକାଲ ଭିସା ପ୍ରଦାନ କରିଥିଲେ। ତେବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ ତାର ନାଗରିକମାନଙ୍କ ପାଇଁ ଜଟିଳ ଭିସା ବ୍ୟବସ୍ଥା ନେଇ ବାରମ୍ବାର ସମାଲୋଚନା କରି ଆସୁଛନ୍ତି। ଏଥିପାଇଁ ଗତ ଜୁଲାଇ ମାସରେ ପାକିସ୍ତାନର ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ସରତାଜ ଅଜିଜଙ୍କୁ ମଧ୍ୟ ସୁଷମା ସମାଲୋଚନା କରିବାକୁ ପଛାଇ ନ ଥିଲେ। ସୁଷମା ସ୍ୱରାଜ ଜଣେ ପାକ୍‌ ଅଧିକୃତ କାଶ୍ମୀର ନାଗରିକଙ୍କୁ ମେଡିକାଲ ଭିସା ପ୍ରଦାନ କରି ସରତାଜ ଅଜିଜଙ୍କୁ କଡ଼ା ଭାଷାରେ ସମାେଲୋଚନା କରି ପାକ୍‌ ଅଧିକୃତ କଶ୍ମୀର ଭାରତର ଅଂଶ ବୋଲି ମଧ୍ୟ କହିବରକୁ ପଛାଇ ନ ଥିଲେ।

ସମ୍ବନ୍ଧିତ ଖବର