ପୁଲଓ୍ଵାମା ଆକ୍ରମଣକୁ ନେଇ ମୋଦୀଙ୍କ ଭୋଟ୍‌ ମାଗିବାକୁ ନାପସନ୍ଦ କଲେ ସହିଦ୍‌ ଯବାନଙ୍କ ଝିଆରୀ, କହିଲେ; ସହିଦ୍‌ମାନଙ୍କୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଲାତୁରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ମତଦାତାମାନଙ୍କୁ ଏକ ଆହ୍ଵାନ ଦେଇଥିଲେ । ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନ ଏବଂ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ଯବାନଙ୍କ ପାଇଁ ନିଜର ପ୍ରଥମ ଭୋଟ୍‌ ଦେବେ କି ବୋଲି କହି ଭୋଟ୍‌ ମାଗିିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ଏବେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ଝିଆରୀ ସପ୍‌ନା ନାପସନ୍ଦ କରିଛନ୍ତି ।

ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନ ରାମ୍‌ ଓ୍ଵକିଲଙ୍କ ଝିଆରୀ ସପ୍‌ନାଙ୍କୁ ମୋଦୀଜୀଙ୍କ ଆହ୍ଵାନ ବିଷୟରେ ପ୍ରତିକ୍ରିୟାର ମଗାଯିବା ପରେ, “ମୁଁ ଚଳିତ ବର୍ଷ ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଛି । ମୋ ମନ ଯେଉଁଠି କହିବ ମୁଁ ସେଇଠି ଭୋଟ୍‌ ଦେବି । ମୋଦୀଜୀଙ୍କ ଏଭଳି କରିବା ଆଦୌ ଠିକ୍‌ ନୁହେଁ । ସହିଦ୍‌ମାନଙ୍କ ଉପରେ ରାଜନୀତି କରିବା ସଂପୂର୍ଣ୍ଣ ଭୁଲ । ଏଭଳି ଭୋଟ୍‌ ମାଗିବା ପରବର୍ତ୍ତେ ସେ ମୋ ଦାଦାଙ୍କ ପରିବାରର ଧ୍ୟାନ ରଖିବା ଦରକାର” ବୋଲି କହିଥିଲେ ସପ୍‌ନା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର