ଆରମ୍ଭ ହେଲା ବିଜେପିର ଲୋକସଭା ପ୍ରଚାର ଅଭିଯାନ: ମେରା ପରିବାର ଭାଜପା ପରିବାର: ୫ କୋଟି ଘରେ ଲଗାଇବେ ଦଳୀୟ ପତାକା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ତା’ର ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ‘ମେରା ପରିବାର ଭାଜପା ପରିବାର’ ଆରମ୍ଭ କରିଛି। ଏ ଅଭିଯାନରେ ସମଗ୍ର ଦେଶର ୫ କୋଟି ଘରେ ବିଜେପି ତା’ର ଦଳୀୟ ପତାକା ଲଗାଇବାର ଲକ୍ଷ୍ୟ ରଖିଛି।

ଅହମଦାବାଦସ୍ଥିତ ନିଜ ଘରେ ବିଜେପି ପତାକା ଓ ଷ୍ଟିକର୍‌ ଲଗାଇ ପାର୍ଟି ମୁଖ୍ୟ ଅମିତ ଶାହା ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆନୁଷ୍ଠାନିକ ଭାବେ ଏହି ଅଭିଯାନ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ଅଡିଟରିୟମ୍‌ରୁ ଆରମ୍ଭ ହେବ। ସେଠାରେ ବିଜେପି ମୁଖ୍ୟ ଲୋକସଭା ନିର୍ବାଚନର ପ୍ରସ୍ତୁତି ସଂକ୍ରାନ୍ତରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ।

ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦି ସରକାର ଜିଣିବାକୁ ଯାଉଛି ବୋଲି ନିଶ୍ଚିତ କରିବାକୁ ଘରେ ପତାକା ମାରି ତା’ର ଫଟୋ ଉଠାଇ ଏକ ଅଡିଓ ବାର୍ତ୍ତାରେ ଶାହା ଲୋକମାନଙ୍କୁ ନିବେଦନ କରିଛନ୍ତି।

ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନ ୪ଟି ପର୍ଯ୍ୟାୟ ଦେଇ ମାର୍ଚ ୨ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର