ଦିଲ୍ଲୀ ମେଟ୍ରୋ ଦୁର୍ଘଟଣା: ଚାରି ଅଧିକାରୀଙ୍କୁ ନିଲମ୍ବନ କଲା ଡିଏମ୍‌ଆର୍‌ସି

ନୂଆଦିଲ୍ଲୀ: ଚାଳକବିହୀନ ମେଟ୍ରୋ ଟ୍ରେନ୍‌ର ଦୁର୍ଘଟଣା ପାଇଁ ଦାୟୀ କରି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ (ଡିଏମ୍‌ଆର୍‌ସି) ବୁଧବାର ଦିନ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛି। ମଙ୍ଗଳବାର ଦିନ ଏହି ଟ୍ରେନ୍‌କୁ ପରୀକ୍ଷାମୂଳକ ଭାବେ ଚଳାଇବା ବେଳେ ପ୍ରଥମେ ତାହା କାଳିନ୍ଦୀ କୁଞ୍ଜ ମେଟ୍ରୋ ଡିପୋର କାନ୍ଥ ଏବଂ ପରେ ତା’ର ପାଚେରି ଭାଙ୍ଗି ଆଗକୁ ମାଡ଼ି ଯାଇଥିଲା। ମାନବିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା କଥା ଡିଏମ୍‌ଆର୍‌ସି ପୁଣି ଥରେ କହିଛି।

ଟ୍ରେନ୍‌ର ମାନୁଆଲି ପରିଚାଳନା କରାଯାଉଥିବାରୁ ନୂତନ ସିଗ୍‌ନାଲିଙ୍ଗ୍‌ ଟେକ୍‌ନୋଲଜି ସହିତ ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନାହିଁ। ପ୍ରଥମ ଥର ପାଇଁ ଦିଲ୍ଲୀ ମେଟ୍ରୋ କମ୍ୟୁନିକେସନ୍‌ ବେସ୍‌ଡ୍‌ ଟ୍ରେନ୍‌ କଣ୍ଟ୍ରୋଲ୍‌ (ସିବିଟିସି) ସିଗ୍‌ନାଲିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ କରିଛି।

Image Courtesy of TOI

କାଲକାଜି ମନ୍ଦିର – ବଟାନିକାଲ୍‌ ଗାର୍ଡେନ୍‌ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଚାଳକବିହୀନ ଟ୍ରେନ୍‌ର ଉଦ୍‌ଘାଟନ ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଇବାକୁ ଡିଏମ୍‌ଆର୍‌ସି ସ୍ଥିର କରିଥିଲା। ତାହା ସେହି ଦିନ ହେବ ବୋଲି ଡିଏମ୍‌ଆର୍‌ସି ଘୋଷଣା କରିଛି।

ନିଲମ୍ବିତ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଡିପୋ ଚାର୍ଜରେ ଥିବା ଜଣେ ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌, ଡିପୋର କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ଥିବା ଜଣେ ସହକାରୀ ମ୍ୟାନେଜର୍‌, ଟ୍ରେନ୍‌ ପରିଚାଳନାରେ ସମ୍ପୃକ୍ତ ଜଣେ ଜୁନିୟର୍‌ ଇଞ୍ଜିନିୟର୍‌ ଏବଂ ଜଣେ ସହକାରୀ ସେକ୍‌ସନ୍‌ ଇଞ୍ଜିନିୟର୍‌। ନିଲମ୍ବନ ଆଦେଶ ଦେଇଛନ୍ତି ଡିଏମ୍‌ଆର୍‌ସିର କର୍ପୋରେଟ୍‌ କମ୍ୟୁନିକେସନ୍‌ସ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍‌ଟର୍‌ ଅଞ୍ଜୁ ଦୟାଲ୍‌। ଏହି ଆଦେଶକୁ ଅନୁମୋଦନ କରିଛନ୍ତି ଡିଏମ୍‌ଆର୍‌ସିର ପରିଚାଳନା ନିର୍ଦେଶକ ମଙ୍ଗୁ ସିଂହ।

Image Courtesy of New Indian Express

ତିନି ଜଣ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ପାହ୍ୟାର ଅଧିକାରୀଙ୍କୁ ନେଇ ଗଠିତ ଇନ୍‌କ୍ୱାରି ଟିମ୍‌ର ତଦନ୍ତକୁ ଆଧାର କରି ନିଲମ୍ବନ ଆଦେଶ ଦିଆଯାଇଛି। ତଦନ୍ତରୁ ଜଣାପଡ଼ିଥିଲା ଯେ ଉପଯୁକ୍ତ ପଦ୍ଧତି ଅନୁସରଣ କରା ନ ଯାଇଥିବା ହିଁ ଦୁର୍ଘଟଣାର କାରଣ। ଡିପୋର ଏହି ଛୋଟକାଟିଆ ଅଞ୍ଚଳଟି ସିଗ୍‌ନାଲିଙ୍ଗ୍‌ ସିଷ୍ଟମ୍‌ ଦ୍ୱାରା ନିୟନ୍ତ୍ରିତ ହୋଇ ନ ଥିଲା। ସେଥିପାଇଁ ମାନବୀୟ ତ୍ରୁଟି ଦାୟୀ। ଭବିଷ୍ୟତରେ ଏ ଭଳି ଦୁର୍ଘଟଣା ଏଡ଼ାଇବାକୁ ଡିଏମ୍‌ଆର୍‌ସି ଗୋଟି ଉପକରଣ ଲଗାଇବ ବୋଲି ସିଂହ କହିଛନ୍ତି।

Image Courtesy of Capital Khabar

ଯାତ୍ରୀମାନଙ୍କର ଭୟ କରିବାର କୌଣସି କାରଣ ନାହିଁ ବୋଲି ସିଂହ ଗୁରୁତ୍ୱ ଦେବା ସହ କହିଛନ୍ତି ଯେ ସେମାନଙ୍କ ନିରାପତ୍ତା ଆମର ପ୍ରଥମ ପ୍ରାଧାନ୍ୟ। ଆମର ଟ୍ରେନ୍‌, ଷ୍ଟେସନ୍‌, ସିଭିଲ୍‌ ଷ୍ଟ୍ରକ୍‌ଚର୍‌ ଏବଂ ଅନ୍ୟାନ୍ୟ ସିଷ୍ଟମ୍‌ ସବୁ ନିରାପଦ ଅଛି ବୋଲି ନିଶ୍ଚିତ ହେବାକୁ ଆମେ ଉପଯୁକ୍ତ ପ୍ରତିବିଧାନ କରିବୁ।

Image Courtesy of The Hindu

ଦୟାଲ୍‌ କହିଛନ୍ତି: ଟ୍ରେନ୍‌ର ବ୍ରେକ୍‌ଗୁଡ଼ିକୁ ସେମାନଙ୍କ ନିଜ ପାଓ୍ଵାରରେ ଚାଲିବା ପାଇଁ ଛଡ଼ା ଯିବା ପୂର୍ବରୁ ସେଗୁଡ଼ିକୁ ନର୍ମଲାଇଜ୍‌ କରାଯାଇ ନ ଥିଲା। ଡିପୋ ମଧ୍ୟରେ ବ୍ୟାଟେରି ଚାଳିତ ଭେଇକ୍ଲ୍‌ ସହାୟତାରେ ଚାଲିବାକୁ ଟ୍ରେନ୍‌ର ବ୍ରେକ୍‌ଗୁଡ଼ିକୁ ଆଇସୋଟେଲ୍‌ କରାଯାଇଥାଏ ବୋଲି ଦୟାଲ୍‌ କହିଛନ୍ତି। ଫଳରେ, ଏହାକୁ ର‍୍ୟାମ୍ପ୍‌କୁ ଅଣାଯିବା ମାତ୍ରେ ତାହା ପଛୁଆ ଚାଲି ଧାରଣାରୁ ବାହାରି ଯାଇଥିଲା। କିନ୍ତୁ, ଏ ଭଳି ଅଘଟଣ ନ ଘଟିବାକୁ ଡିଏମ୍‌ଆର୍‌ସି ସମସ୍ତ ସତର୍କତା ଅବଲମ୍ବନ କରିଛି।

ସମ୍ବନ୍ଧିତ ଖବର