ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମେଟ୍ରୋ ମୁଖ୍ୟ ଇ ଶ୍ରୀଧରନ ମହିଳାମାନଙ୍କ ସକାଶେ ଆପ୍ ସରକାର ବାହାର କରିଥିବା ରାଜଧାନୀ ଦିଲ୍ଲୀରେ ଚାଲୁଥିବା ମେଟ୍ରୋ ମଧ୍ୟରେ ମାଗଣା ଯାତ୍ରା ଯୋଜନା ବିରୋଧରେ ସ୍ୱର ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନର ପ୍ରିନ୍ସିପାଲ ଆଡଭାଇଜର୍ ଥିବା ଶ୍ରୀଧରନ ଏହି ପ୍ରସଂଗରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି ଚାହିଁଛନ୍ତି।
ଏହି ମେଟ୍ରୋ ମ୍ୟାନ୍ ଜଣକ ପତ୍ର ଲେଖି ଜଣାଇଛନ୍ତି ଯେ ଡିଏମ୍ଆର୍ସି ଓ କେନ୍ଦ୍ରର ବିନା ଅନୁମତିରେ ଦିଲ୍ଲୀ ମେଟ୍ରୋ ସଂପର୍କରେ ଏପରି ନିଷ୍ପତ୍ତି ରାଜ୍ୟ ସରକାର ନେଇ ପାରିବେ ନାହିଁ।
ସେ ଆହୁରି ବି କହିଛନ୍ତି କି ଏହି ସ୍କିମ୍ ଯଦି ଲାଗୁ ହେଉଛି ତେବେ ମହିଳାଙ୍କୁ ଛାଡ଼ିଲେ ମେଟ୍ରୋରେ ଯାଉଥିବା ଅନ୍ୟ ସାଧାରଣ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବାକୁ ଡିଏମ୍ଆର୍ସି ବାଧ୍ୟ ହେବ।
ଏହି ଯୋଜନା ଥରେ ଦିଲ୍ଲୀ ମେଟ୍ରୋରେ ଲାଗୁ ହୋଇଗଲେ ଦେଶର ଅନ୍ୟ ମେଟ୍ରୋଗୁଡ଼ିକ ବି ଏହାକୁ ଆପଣେଇବାକୁ ବାଧ୍ୟ ହୋଇପଡ଼ିବେ। ଫଳରେ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/0b42e22145742589592ffe349772f320-784x441.jpg)