ମେକ୍ସିକୋରେ ୭.୨ ତୀବ୍ରତାର ଭୂକମ୍ପ

ମେକ୍ସିକୋ ସିଟି: ଆଜି ମେକ୍ସିକୋ ସହରକୁ ୭.୨ ତୀବ୍ରତାର ଭୂକମ୍ପ ଥରାଇ ଦେଇଛି। ଗତ ସେପ୍ଟେମ୍ବରର ଭୟଙ୍କର ଭୂକମ୍ପର ଭୟ ଲୋକଙ୍କ ମନରୁ ନଲିଭୁଣୁ ଆଜିର ଘଟଣା ମେକ୍ସିକୋବାସୀଙ୍କୁ ଆତଙ୍କିତ କରିଦେଇଛି। ମେକ୍ସିକୋ ସହର ସମେତ ଓକ୍ସାକା ରାଜ୍ୟରେ ମଧ୍ୟ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଛି। ଓକ୍ସାକାର ଜାମିଲଟେପେକ୍‌ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ପାଖାପାଖି ୫୦ଟି କୋଠା ଭୁଶୁଡ଼ିପଡ଼ିଥିବା ବେଳେ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେବେ ମୃତାହତଙ୍କ ସମ୍ପର୍କରେ କିଛି ସବିଶେଷ ତଥ୍ୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର