ବୈବାହିକ ଜୀବନ ଦୁଃଖମୟ ଥିବାରୁ ପାଇଲଟ ସମୁଦ୍ର ଭିତରେ ବିମାନ ଏମଏଚ ୩୭୦କୁ ବୁଡାଇ ଦେଇଥିଲେ!

କୁଆଲାଲପୁର: ୨୦୧୪ ମାର୍ଚ୍ଚରେ ମାଲେସିୟନ୍‌ ଏୟାରଲାଇନ୍ସ ବିମାନ ଏମ୍‌ଏଚ ୩୭୦ କୁଆଲାଲପୁରରୁ ଚୀନ ରାଜଧାନୀ ବେଜିଙ୍ଗ ରାସ୍ତାରେ ଯାଉଥିଲା ବେଳେ ହଠାତ୍‌ କେଉଁଆଡେ ଉଭେଇ ଯାଇଥିଲା। ଏଯାବତ୍‌ ବିମାନ ସହିତ କ’ଣ ହୋଇଥିଲା ତାହା ସଠିକ୍‌ ଭାବେ ଜଣାପଡ଼ି ନାହିଁ।

ଆମେରିକାର ଓ୍ଵାସିଙ୍ଗଟନ୍‌ ପୋଷ୍ଟ ମୁତାବକ, ପାଇଲଟ୍‌ ବିମାନକୁ ସମୁଦ୍ରରେ ବୁଡାଇ ଦେଇଥିଲେ ବୋଲି ଖବର ପ୍ରକାଶ ପାଇବା ପରେ ୨୦୧୪ର ମାର୍ଚ୍ଚ ଘଟଣାକୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ବିମାନର ପାଇଲଟ କ୍ୟାପଟନ୍‌ ଜହିର ଅହମଦ ଶାହ ନିଜର ବୈବାହିକ ଜୀବନକୁ ନେଇ ଖୁସି ନଥିଲେ କିମ୍ବା ତାଙ୍କ ଜୀବନରେ ଅନ୍ୟ କୌଣସି ବ୍ୟକ୍ତିଗତ ସମସ୍ୟା ପାଇଁ ସେ ସବୁବେଳେ ଦୁଃଖରେ ରହୁଥିଲେ। ଏଥିପାଇଁ ସେ ନିଜ ଚାଳନା ଉପରେ ନିୟନ୍ତ୍ରଣ ହରାଇ ବିମାନକୁ ସମୁଦ୍ର ଭିତରେ ବୁଡାଇ ଦେଇଥିଲେ ବୋଲି କୁହାଯାଉଛି।

ବିଶେଷଜ୍ଞ ପକ୍ଷରୁ ପ୍ରକାଶ, ଜଣେ ଯାଞ୍ଚକର୍ତ୍ତା କହନ୍ତି ସେହି ସମୟରେ ବିମାନରେ ୨୨୭ଲୋକ ଯାତ୍ରା କରୁଥିଲେ। ବିମାନର ପାଇଲଟ,କୋ-ପାଇଲଟ, କ୍ର୍ୟୁର ଅନ୍ୟ ସଦସ୍ୟ ବିମାନ ସମୁଦ୍ରରେ ବୁଡିବା ପୂର୍ବରୁ ଚେତା ଶୂନ୍ୟ ହୋଇଯାଇଥିଲେ। କାରଣ ବିମାନ ସେତେବେଳକୁ ନିୟନ୍ତ୍ରିତ ହରାଇ ସାରିଥିଲା। ଏହା ଏକ ଦୁର୍ଘଟଣା ବୋଲି ଯାଞ୍ଚକର୍ତ୍ତା କହୁଛନ୍ତି।

ଗତ ତିନିବର୍ଷ ହେବ ହଜି ଯାଇଥିବା ଏମଏଚ ୩୭୦ ବିମାନକୁ ଖୋଜିବା ପାଇଁ ମାଲେସିୟା ଆମେରିକା ସହିତ ୫୦ମିଲିୟନ ଡଲାରର ଚୁକ୍ତି କରିଛି। ମାଲେସିୟା ଏହା ପୂର୍ବରୁ ଅଷ୍ଟ୍ରେଲିଆ ସାହାଯ୍ୟରେ ଏମଏଚ ୩୭୦ ଖୋଜିଥିଲା, କିନ୍ତୁ ଏହି ଯାଞ୍ଚ ବହୁତ ବ୍ୟୟବହୁଳ ଥିବା ହେତୁ ଏହାକୁ ଆଗକୁ ବଢ଼ା ଯାଇ ନଥିଲା। ଏବେ ଆମେରିକା ମାଲେସିୟା ସହିତ ମିଶି ବିମାନକୁ ଖୋଜିବା ପାଇଁ ନୂତନ ଚୁକ୍ତି କରିଛି।

 

ସମ୍ବନ୍ଧିତ ଖବର