ବିଦେଶରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ଭିସା ନିୟମ କୋହଳ କଲା ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ମହାମାରୀ ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଭିସା ଓ ଯାତ୍ରା କଟକଣାକୁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କେତେକାଂଶରେ କୋହଳ କରିଛନ୍ତି । ଏହାଅନୁସାରେ ବିଦେଶରେ ଫସି ରହିଥିବା କେତେକ ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରାଯାଇଛି ।

ସେମାନଙ୍କ ମଧ୍ୟରେ ରହିଛନ୍ତି, ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି , ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଭଳି ଜଟିଳ ପରିସ୍ଥିତିରେ ସ୍ଵଦେଶ ଫେରିବାକୁ ଇଚ୍ଛୁକ ଓସିଆଇ କାର୍ଡଧାରୀ । ଆହୁରି ମଧ୍ୟ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଓସିଆଇ କାର୍ଡଧାରୀ ଓ ଅନ୍ୟଜଣେ ଭାରତୀୟ ନାଗରିକ ହେବା ସହ ଭାରତରେ ସ୍ଥାୟୀ ବସବାସ କରୁଥିବେ । ସେହିପରି ଓସିଆଇ କାର୍ଡଧାରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତା ଭାରତୀୟ ନାଗରିକ ଏବଂ ଭାରତରେ ରହୁଥିବେ ସେମାନଙ୍କୁ ମଧ୍ୟ ଅନୁମତି ଦିଆଯାଇଛି । ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ୧୭ ତାରିଖ ଦିନ ଜାରି ଯାତ୍ରା କଟକଣା କୌଣସି ବିମାନ, ଜାହାଜ, ଟ୍ରେନ ବା ଅନ୍ୟ କୌଣସି ଯାନବାହାନ ଯାହାକି ସେମାନଙ୍କୁ ଆଣିବାକୁ ଯିବ ସେମାନଙ୍କ ପ୍ରତି ଏହା ଲାଗୁ ହେବ ନାହିଁ । ଏହାବ୍ୟତୀତ ସେହିଦିନ ଜାରି ଅନ୍ୟାନ୍ୟ କଟକଣାଗୁଡିକ ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର