ମଝି ଆକାଶରେ ବିମାନ ଭିତରେ ଯାତ୍ରୀ ପୋଷାକ ଓହ୍ଲାଇ ଏମିତିି କାଣ୍ଡ କଲେ, ଯାହାକୁ ଦେଖି ସବୁ ଯାତ୍ରୀଙ୍କର ହୋସ୍‌ ଉଡ଼ିଗଲା

ନୂଆଦିଲ୍ଲୀ : ବିଗତ ସମୟରେ ବିଭିନ୍ନ ବିମାନରେ ଯାତ୍ରୀଙ୍କ ଅଦ୍ଭୁତ ଆଚରଣ ଚର୍ଚ୍ଚାର ପରିସରକୁ ଆସିଛି । ନିକଟରେ ଆମେରିକୀୟ ଏୟାରଲାଇନ୍‌ର ଏକ ବିମାନ ଅଲାସ୍କା ଯାଉଥିବା ବେଳେ ମଝି ଆକାଶରେ ଏପରି ଘଟଣା ଘଟଇଥିଲା, ଯାହା ସମସ୍ତ ଯାତ୍ରୀଙ୍କ ହୋସ ଉଡ଼ାଇ ଦେଇଥିଲା ।

ବିମାନ ଅବତରଣ କରିବାର ୨୦ ମିନିଟ୍‌ ପୂର୍ବରୁ ଜଣେ ଯୁବକ ଉଠି ପଡ଼ି ନିଜ ଶରୀରରୁ ପୋଷାକ କାଢ଼ିବା ଆରମ୍ଭ କରିଥିଲେ । ପ୍ରଥମେ ଭିତରେ ବସିଥିବା ଲୋକ କିଛି ବୁଝି ପାରି ନ ଥିବା ବେଳେ କିଛି ସମୟ ପରେ ଯୁବକ ଜଣକ ପୂରା ଉଲଗ୍ନ ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ଲୋକମାନେ କ’ଣ ଭାବିବେ ସେ କଥା ଭୁଲି ସେ ବିମାନ ମଧ୍ୟରେ ଏପଟ ସେପଟ ବୁଲିଥିଲେ । ସମସ୍ତେ ଯୁବକଙ୍କ ଉଲଗ୍ନ ହୋଇ ବୁଲିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏ ନେଇ ବିମାନ ଚାଳକଙ୍କୁ ଜଣାଇବା ପରେ ୨୦ ମିନିଟ୍‌ ପରେ ବିମାନଙ୍କୁ ଟେଡ୍‍ ଷ୍ଟିଭେନ୍ସ ଆଙ୍କୋରେଜ୍‌ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ବିମାନ ଅବତରଣ ପରେ ଉକ୍ତ ଯୁବକଙ୍କୁ ଉଲଗ୍ନ ଅବସ୍ଥାରେ ଗିରଫ କରି ଡ଼ାକ୍ତରଖାନା ପଠାଇଥିଲା ପୁଲିସ । ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଏପରି କରିଥିବା ଜଣା ପଡ଼ିଛି । ଏ ଘଟଣା ପରେ ଅଲସ୍କା ଏୟାରଲାଇନ୍‌ ଏହି ଘଟଣା ବିଷୟରେ ବିସ୍ତାର ଭାବେ ନ କହି ଜଣେ ପୁରୁଷ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରାରେ ବାଧା ସୃଷ୍ଟି ହୋଇଥିଲା ବୋଲି ଜଣାଇଥିଲେ । କିନ୍ତୁ ସେହି ବିମାନର ଜଣେ ଯାତ୍ରୀ ଟ୍ଵିଟ୍‌ କରି ପୂରା ଘଟଣା ବିଷୟରେ ଲେଖିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

 

ସମ୍ବନ୍ଧିତ ଖବର