ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଜାରି ଥିବା ବେଳେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି ହରିୟାଣାର ଯୁବକ

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଏବେ ପରିସ୍ଥିତି ଅଶାନ୍ତ ରହିଥିବା ବେଳେ ହରିୟାଣାର ଯୁବକ ପାକିସ୍ତାନରେ ରହୁଥିବା ହିନ୍ଦୁ ମହିଳାଙ୍କୁ ବିବାହ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅମ୍ବାଲା କ୍ୟାଣ୍ଟନମେଣ୍ଟ ଅଧିନସ୍ଥ ଗାଁ ପିପଲାରେ ରହୁଥିବା ପରବିନ୍ଦର ଖୁବ୍‌ ଶୀଘ୍ର ସର୍‌ଜିତ୍‌ କିରଣଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛିିି । ସରଜିତ୍‌ କିରଣ ପେସାରେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣା ପଡ଼ିଥିବା ବେଳେ ୨୦୧୪ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ୨୦୧୪ରେ କିରଣ ଭାରତ ଆସିଥିବା ବେଳେ ପରବିନ୍ଦରଙ୍କ ସହ ତାଙ୍କର ଦେଖା ହୋଇଥିଲେ । ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା, ଯାହା ଏବେ ବିବାହରେ ପରିଣତ ହେବାକୁ ଯାଉଛି ।

ପରବିନ୍ଦରଙ୍କ କହିବା ଅନୁଯାୟୀ, କିରଣଙ୍କ ପରିବାର ଭାରତ-ପାକ୍‌ ପରସ୍ପରଠାରୁ ଅଲଗା ହେବା ସମୟରେ ପାକିସ୍ତାନକୁ ଚାଲି ଯାଇଥିଲେ । ଏବେ ବିବାହ ପାଇଁ ଭାରତୀୟ ହାଇ କମିସନ ଦ୍ୱାରା କିରଣଙ୍କୁ ୪୫ଦିନର ଭିସା ଦିଆ ଯାଇଥିବା ବେଳେ ଏ ମଧ୍ୟରେ କିରଣ ନିଜ ପରିବାର ସମେତ ଭାରତ ଆସି ବିବାହ କରିବେ ବୋଲି ପରବିନ୍ଦର କହିଛନ୍ତି ।

Times of India

ଅନ୍ୟ ପକ୍ଷରେ, ସଂସଦ ଭବନ ଉପରେ ପାକିସ୍ତାନ ଆକ୍ରମଣ କରିବା ପରେ ୨୦୦୩ରେ ଚୌଧୁରୀ ମକବୁଲ ଅହମଦ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲେ । ସେ ସମୟରେ ସେ ଏଭଳି ପଦକ୍ଷେପ ନେଇଥିବାରୁ ପରବିନ୍ଦର ତାଙ୍କ ରାୟ ନେବାକୁ ପହଞ୍ଚିଥିବା କହିଛନ୍ତି ଚୌଧୁରୀ ମକବୁଲ ଅହମଦ । ତାଙ୍କ କହିବା ଅନୁଯାୟୀ ୨୦୦୧ରେ ସଂସଦ ଭବନ ଉପରେ ଆକ୍ରମଣ ହେବା ପରେ ମୁଁ ପ୍ରଥମ ଭାରତୀୟ ଥିଲି, ଯିଏ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିଲା ।

ସମ୍ବନ୍ଧିତ ଖବର