ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ମିଗ୍-୨୯କେ ଯୁଦ୍ଧ ବିମାନ

ପାଣାଜୀ: ଗୋଆରେ ବାୟୁସେନାର ମିଗ୍-୨୯କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି । ତେବେ ଏଥିରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ରହିଛନ୍ତି । ତାଲିମରେ ଥିବା ଏହି ଲଢୁଆ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ପରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବିମାନରେ ଏକ ପକ୍ଷୀ ମାଡ ହେବା ଫଳରେ ଇଂଜିନରେ ନିଆଁ ଲାଗିଯାଇଥିବାରୁ ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ଦୁଇ ପାଇଲଟ କ୍ୟାପଟେନ ଏମ୍ ସୁଇଖଣ୍ଡ ଓ ଲେଫ୍ଟନାଂଟ କମାଣ୍ଡର ଦୀପକ ଯାଦବ ସୁରକ୍ଷିତ ଭାବେ ପାଚାରୁଟରେ ଅବତରଣ କରିଯାଇଛନ୍ତି । ତେବେ ଏହି ବିମାନଟି ତାଲିମ ଭର୍ସନର ଥିଲା ବୋଲି ଜଣାପଡିଛି |

ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧବଲ କହିଛନ୍ତି ଯେ ଗୋଆର ଆସରୋ ଅଂଚଳରୁ ବିମାନଟି ଉଡାଣ ଭରିଥିବାବେଳେ ଏଥିରେ ଏକ ପକ୍ଷୀ ମାଡ ହୋଇଯାଇଥିଲା | ଯାହାଫଳରେ ଇଂଜିନରେ ନିଆଁ ଲାଗିଯାଇଥିଲା | ବିମାନଟି ଖୋଲା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କେହି ବି ମୃତାହତ ହୋଇନଥିବାର ସେ ସ୍ପଷ୍ଟ କରିଛନ୍ତି |

ସମ୍ବନ୍ଧିତ ଖବର