ଗୋଆରେ ନୌସେନାର ମିଗ୍-୨୯କେ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ
ପଣଜୀ: ରବିବାର ସକାଳେ ଗୋଆ ତଟବର୍ତ୍ତୀ ସମୁଦ୍ରରେ ରୁଟିନ୍ ଉଡ଼ାଣ ବେଳେ ଭାରତୀୟ ନୌସେନାର ଏକ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳ ପ୍ରାୟ ୧୦: ୩୦ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଇଲଟ୍ଜଣକ ନିରାପଦରେ ଦୁର୍ଘଟଣଗ୍ରସ୍ତ ବିମାନରୁ ବାହାରି ଆସିବାରେ ସମର୍ଥ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇଛି।
ଏ ସଂକ୍ରାନ୍ତରେ ବିବୃତି ଦେଇ ଭାରତୀୟ ନୌସେନା କହିଛି ଯେ ଦୁର୍ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି।
ଏଠାରେ ସ୍ମରଣ କରାଯାଇ ଦିଆଯାଇ ପାରେ କି, ୨୦୧୯ ମସିହା ନଭେମ୍ବର ମାସରେ ଗୋଆର ଏକ ଗ୍ରାମ ବାହାରେ ଅନ୍ୟ ଏକ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ଦୁଇ ଜଣ ପାଇଲଟ୍ ମଧ୍ୟ ବର୍ତ୍ତିଯାଇଥିଲେ।
୨୦୧୮ ଜାନୁଆରି ମାସରେ ଗୋଆରେ ଆଉ ଏକ ମିଗ୍-୨୯କେ ବିମାନ ପକ୍ଷୀ ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।