ପ୍ରବାସୀ ଶ୍ରମଜୀବୀଙ୍କୁ ବରେଲିରେ ‘ରସାୟନିକ ସ୍ନାନ’ କରାଯିବା ଘଟଣାକୁ କେନ୍ଦ୍ର କରି ତୀବ୍ର ପ୍ରତିକ୍ରିୟା, ଜିଲ୍ଲାପାଳ କହିଲେ ଆମେ ଜାଣିନୁ!

ବରେଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହଠତ୍‌ କୌଣସି ପ୍ରକାରର ପ୍ରାକ୍‌ ସୂଚନା ନଥାଇ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଯିବା ପରେ ସବୁଠାରୁ ଅଧିକ ହଇରାଣ ଓ ହରକତର ସମ୍ମୁଖୀନ ହୋଇଛନ୍ତି ଦେଶର ବିଭିନ୍ନ ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମଜୀବୀମାନେ।

ଫଳରେ ଦେଶର ବିଭିନ୍ନ ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ହଜାର ହଜାର ପ୍ରବାସୀ ଶ୍ରମଜୀବୀ ଏହି ଲକ୍‌ଡାଉନ୍‌ ଘୋଷଣା ପରେ ନିଜର ଘରମୁହାଁ ହୋଇଛନ୍ତି। ଫଳରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ତାହାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପ୍ରବାସୀ ଶ୍ରମଜୀବୀଙ୍କ ଘରବାହୁଡ଼ା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

News India

ଏହି ପରିପ୍ରେକ୍ଷୀରେ ଆଜି ବରେଲି ବସ୍‌ ଷ୍ଟାଣ୍ଡ ନିକଟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମଜୀବୀଙ୍କୁ ଠାବ କରାଯିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରକୁ ଔଷଧୀୟ କୀଟନାଶକ ସ୍ପ୍ରେ କରାଯିବା ଘଟଣାକୁୂ ଦେଶବ୍ୟାପି ହଇଚଇ ସୃଷ୍ଟି ହୋଇଛି। କେତେକ ବୈଦ୍ୟୁତିକ ଗଣମାଧ୍ୟମରେ ଏହାର ଭିଡିଓ ଚିତ୍ର ପ୍ରସାରିତ ହେବା ପରେ ଏହାକୁ କେନ୍ଦ୍ରକରି ସାଧାରଣରେ ଅସନ୍ତୋଷ ଓ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ତେବେ, ରାଏବରେଲି ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଏପରି ଘଟଣା ବାବଦରେ ଆମେ ଜାଣି ନାହୁଁ। ଅଭିଯୋଗ ହେବା ପରେ ଆମେ ଏବେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର