ବିଦାହେଲେ ମିଜୋରାମ୍‌ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ଚଳିତମାସ ୨୮ ତାରିଖରେ ମିଜୋରାମ୍‌ର ବିଧାନସଭା ନିର୍ବ‌ାଚନ ହେବାକୁ ଥିବା‌ବେଳେ ଏହା ପୂର୍ବରୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌ ବି ଶଶାଙ୍କଙ୍କୁ ପଦରୁ ବହିଷ୍କୃତ କରାଯାଇଛି। ଶଶାଙ୍କଙ୍କ ସ୍ଥାନରେ ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଆଶିଷ କୁନ୍ଦ୍ରାଙ୍କୁ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଶଶାଙ୍କଙ୍କୁ ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିଲା। ଶଶାଙ୍କ ପ୍ରଧାନ ସଚିବ ଲାଲ୍‌ନିନ୍‌ମାୱିଆ ଚୁଆଙ୍ଗୋଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେ ବହିଷ୍କୃତ ହୋଇଥିଲେ। ଏହାପରେ ଶଶାଙ୍କଙ୍କୁ ବିରୋଧ କରାଯାଇଥିଲା। ସେହିଭଳି ତ୍ରିପୁରା ଶରଣାର୍ଥୀ ଶିବିରରେ ରହୁଥିବା ମିଜୋରାମ୍‌ର ବ୍ରୁ ଶରଣାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଅନୁମତି ନଦେଇ ଶରଣାର୍ଥୀ ଶିବିରରୁ ହିଁ ଭୋଟ୍‌ ଦେବାର ଅନୁମତି ଦେଇଥିବା‌ରୁ ଶଶାଙ୍କଙ୍କ ବିରୋଧରେ ଆନ୍ଦୋଳନ ଜୋରଦାର ହୋଇଥିଲା।

ସମ୍ବନ୍ଧିତ ଖବର