ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାଠାରେ ରବିବାର ସୁରକ୍ଷା ବଳ ଦ୍ୱାରା ହେଉଥିବା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ଆତଙ୍କବାଦୀଙ୍କର ଏଯାବତ୍‌ କୌଣସି ପରିଚୟ ମିଳିନାହିଁ। ଜିଲ୍ଳାର ତରଲ ଅଞ୍ଚଳରେ ହେଉଥିବା ଏନ୍‌କାଉଣ୍ଟର୍‌ ସ୍ଥାନରେ ମୃତଦେହ ମିଳିଛି। ମୃତ ଆତଙ୍କବାଦୀ ଓ ଯେଉଁ ସମୂହ ସହ ସେ ଯଡ଼ିତ ଥିଲେ ତାହାର ଖୋଜଖବର ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

 

ସୂଚନାରୁ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ଅଧିକ ସୂଚନା ପ୍ରାପ୍ତ କରିବା ପରେ ରବିବାର ଦକ୍ଷିଣ କଶ୍ମୀର ଜିଲ୍ଲାର ଅରବିଲ ଦର ଗାନି ଗଣ୍ଡ ଗ୍ରାମରେ ଏକ କାର୍ଡ ଓ ସର୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନ ଧୀରେ ଧୀରେ କିଛି ସମୟ ଚାଲିବା ପରେ ଏନ୍‌କାଉଣ୍ଟର୍‌ର ରୂପ ନେଲା। ସଂପୃକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ପ୍ରଥମେ ଗୁଳି ଚାଳନା କରିବା ପରେ ସୁରକ୍ଷା ବଳ ପକ୍ଷରୁ ଏନ୍‌କାଉଣ୍ଟର୍‌ କରାଯାଇଥିଲା।

 

ସମ୍ବନ୍ଧିତ ଖବର