ନିଜ ମା’ର ନିବେଦନ ପରେ ଆଇଏସରେ ମିଶିଥିବା କାଶ୍ମୀର ଯୁବକ ଘରକୁ ଫେରିଲେ

ନୂଆଦିଲ୍ଲୀ: କଲେଜରୁ ପଳାଇ ଯାଇ ଆତଙ୍କବାଦୀ ସଂଗଠନ ଜାମ୍ମୁ କାଶ୍ମୀର ଇସ୍ଲାମିକ ଷ୍ଟେଟରେ ମିଶିଥିବା କାଶ୍ମୀରଛାତ୍ର ପୁଣି ନିଜ ଘରକୁ ଫେରିଆସିଛି । ନିଜର ପରିବାର ବିଶେଷକରି ନିଜ  ମା’ଙ୍କ  ନିବେଦନ ପରେ ଅହତିସାମ୍ ବିଲାଲ୍ ସୋଫି ନାମକ ଏହି ଯୁବକ ଘରକୁ ଫେରିଥିବା ଜଣାଯାଇଛି । ତାକୁ ଏବେ କାଶ୍ମୀରର ଖାନୟାର ପୁଲିସ ଷ୍ଟେସନରେ ରଖି ପଚରାଉଚୁରା କରାଯାଉଛି ।

ଅକ୍ଟୋବର ୨୮ ତାରିଖରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ସୋଫି ନିଖୋଜ ହୋଇଯାଇଥିଲେ। ଏହାପରେ ସେ ଆଇଏସରେ    ମିଶିଥିବା ସୋସିଆଲ୍ ମିଡିଆରୁ ଜଣାପଡ଼ିଥିଲା ।

ଶାରଦା ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ସୋଫି ଗ୍ରେଟର ନୋଏଡାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରହୁଥିଲେ। ସେ ଅକ୍ଟୋବର ୨୮ରେ ଦିଲ୍ଲୀ ଯିବା ଲାଗି ଅନୁମତି ମାଗିଥିଲେ। ଏହାପରେ ସେ ବିଶ୍ୱବିଦ୍ୟାଳୟ ଛାତ୍ରାବାସକୁ ଫେରି ନଥିଲେ। ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ଫଳରେ ଏ ନେଇ ନୋଏଡାରେ ଏବଂ ଶ୍ରୀନଗରରୁ ଦୁଇଟି ମାମଲା ଦାୟର କରାଯାଇଥିଲା। ଏହାର ୪ ଦିନ ପରେ ସୋସିଆଲ୍ ମିଡିଆରେ ଉକ୍ତ ଛାତ୍ରଙ୍କୁ ଇସ୍ଲାମିକ୍ ଷ୍ଟେଟ୍ର ପତାକା ସହିତ ବନ୍ଧୁକ ହାତରେ ଥିବା ଫଟୋ ସହ ଏକ ପୋଷ୍ଟରେ ଦେଖିବାକୁ ମିଳିଥିଲା। ଏଥିସହିତ ଏକ ଅଡିଓ ମେସେଜ୍ ମଧ୍ୟ ପୋଷ୍ଟ ହୋଇଥିଲା ।

ସମ୍ବନ୍ଧିତ ଖବର