କଶ୍ମୀରର ସୋପିଆନ୍‌ରୁ ୪ ପୁଲିସଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଶୁକ୍ରବାର ପ୍ରତ୍ୟୁଷରେ ଆତଙ୍କବାଦୀ ଅଧ୍ୟୁଷିତ ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ତିନି ଜଣ ସ୍ପେସାଲ୍‌ ପୋଲିସ୍‌ ଅଫିସର୍‌ସ୍‌ (ଏସ୍‌ପିଓ) ଏବଂ ଜଣେ କନେଷ୍ଟବଳଙ୍କୁ ଅପହରଣ କରାଯାଇଛି। ଏ ପର୍ଯ୍ୟନ୍ତ କୌଣସି ଦଳ ଏଥି ନିମନ୍ତେ ନିଜକୁ ଦାୟୀ କରି ନାହାନ୍ତି।

ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ସୋପିଆନ୍‌ ଅନ୍ତର୍ଗତ କାପ୍ରିନ୍‌ ଗାଁ’ରେ ଜବଦସ୍ତି ଘର ଭିତରେ ପଶି ଚାରିଜଣଙ୍କୁ ପୁଲିସବାଲାଙ୍କୁ ଅପହରଣ କରି ନେଇଛନ୍ତି।

ଅପହୃତ ପୁଲିସବାଲାମାନେ ହେଲେ ଫିର୍‌ଦୌସ୍‌ ଅହମଦ୍‌ କୁଚେ, କୁଳଦୀପ ସିଂହ, ନିସାର ଅହମଦ ଧୋବି ଏବଂ ଫୟାଜ୍‌ ଅହମଦ ଭଟ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କର ପରିଚୟ ଦେଇଛନ୍ତି।

ନିରୁଦ୍ଦିଷ୍ଟ ପୁଲିସବାଲାଙ୍କର ପତ୍ତା ଲଗାଇବାକୁ ତଲାସ ଅଭିଯାନ ଆରମ୍ଭ ହୋଇଛି।

ଗତ ରାତିରେ ମଧ୍ୟ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଉତ୍ତର କଶ୍ମୀର ଅନ୍ତର୍ଗତ ବନ୍ଦିପୋରା ଜିଲ୍ଲାରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ରାଷ୍ଟ୍ରୀୟ ରାଇଫଲ୍‌ସ୍‌, ରାଜ୍ୟ ପୁଲିସର ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସର କର୍ଡନ୍‌ କରି ବନ୍ଦିପୋରାର ସୁମଲାର୍‌ ଗାଁ’ରେ ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ସେଠାରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା କଥା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର