ଜମ୍ମୁ କଶ୍ମୀର: ସିଆରପିଏଫ୍‌ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ସହିଦ

0 176

ଶ୍ରୀନଗର: ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ମଙ୍ଗଳବାର ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗରୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆରପିଏଫ) ଓ ପୁଲିସ ଶ୍ରୀନଗରର ବାଟମାଳୁସ୍ଥିତ ଅଗ୍ନିଶମ କେନ୍ଦ୍ର ନିକଟରେ ଉପସ୍ଥିତ ଥିଲେ, ସେହି ସମୟରେ ଆତଙ୍କବାଦୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ରାଜ୍ୟପାଳ ଭୋରା କହିଛନ୍ତି, ରାଜ୍ୟରେ ତୃଣମୂଳ ସ୍ତରରେ ଅବସ୍ଥା ସୁଧୁରିଛି। ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ନେଇ ଏବେ ଠାରୁ କିଛି କହି ହେବ ନାହିଁ। ସେ କହିଛନ୍ତି, ଅମରନାଥ ଯାତ୍ରାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଅଧିକାରୀମାନେ ସତର୍କ ରହିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କଶ୍ମୀରରେ ଏଭଳି ଛୋଟ ମୋଟ ଘଟଣା ମଧ୍ୟରେ ରାଜ୍ୟପାଳ ଏନ୍‌ଏସ୍‌ ଭୋରା ରାଜ୍ୟର ସ୍ଥିତିକୁ ନେଇ ପୂର୍ବରୁ ସନ୍ତୋଷ ପ୍ରକାଶ କରିଛନ୍ତି। ଭୋରା ରାଜ୍ୟର ତୃଣମୂଳ ସ୍ତରରେ ଦେଖାଯାଇଥିବା ସ୍ଥିତିକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଭୋରା ରାଜ୍ୟରେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ କରିଛନ୍ତି ଓ ଏହାରି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.