ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ : ଗତ ୫ ବର୍ଷରେ ଦେଶରେ ଦୁଗ୍ଧ ଉତ୍ପାଦନ ହାର ବୃଦ୍ଧି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଦୁଗ୍ଧ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ହେଉଛି। ଭାରତ ଦୁଗ୍ଧ ଉତ୍ପାଦନରେ ଗତ ୫ ବର୍ଷରୁ ୬.୪ ପ୍ରତିଶତ ଦରରେ ବୃଦ୍ଧି ହୋଇଛି।

୨୦୧୪ରେ ୧୪୩.୩ ମିଲିୟନ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୮୭.୭ ମିଲିଅନ ମେଟ୍ରିକ୍ ଟନ୍ ହୋଇଯାଇଛି। ଉତ୍ପାଦିତ ଦୁଗ୍ଧରୁ ପାଖାପାଖି ୫୪ ପ୍ରତିଶତ ବଜାରରେ ବିକ୍ରି କରାଯିବା ପାଇଁ ଉପଲବ୍ଧ ଥିବାବେଳେ ବଳକା ୪୬ ପ୍ରତିଶତ ସ୍ଥାନୀୟ ଉତ୍ପାଦନ ପାଇଁ ଗାଁ ରେ ଉପଲବ୍ଧ ହେଉଛି। ଅପରପକ୍ଷେ ଓଡ଼ିଶାରେ ଗତ ୫ ବର୍ଷରେ ଦୁଗ୍ଧ ଉତ୍ପାଦନରେ ଲଗାତର ବୃଦ୍ଧି ହେଉଥିବାକୁ ନେଇ ନ୍ୟାସନାଲ ଡାଏରି ଡେଭଲପମେଣ୍ଟ ବୋର୍ଡର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁସାରେ, ୨୦୧୪-୧୫ରେ ଓଡ଼ିଶାରେ ୧୯୦୩ ଟନ୍ ୨୦୧୫-୧୬ରେ ୧୯୩୦ ଟନ୍ ୨୦୧୬-୧୭ରେ ୨୦୦୩ ଟନ୍ ୨୦୧୭-୧୮ରେ ୨୦୮୮ ଟନ୍ ଓ ୨୦୧୮-୧୯ରେ ୨୩୧୧ ଟନ୍ ପରିମାଣରେ ଦୁଗ୍ଧ ଉତ୍ପାଦନ ହୋଇଛି।

ସମ୍ବନ୍ଧିତ ଖବର