ଥିଲେ କୋଟିପତି ଘରର ପୁଅ; ହେଲେ ମନ୍ଦିର ଆଗରେ ଭିକାରୀ ଭଳି ଜୀବନ ବିତାଉଥିଲେ… ଜାଣନ୍ତୁ କାହିଁକି?

ଅମ୍ବାଲା: ହରିୟାଣାର ଅମ୍ବାଲା ସହରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ମନ୍ଦିର ଆଗରେ ବସି ଭିକ ମାଗୁଥିବା ଯୁବକ ଜଣେ କୋଟିପତି ଘରର ପୁଅ ବୋଲି ଜାଣି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯୁବକଜଣଙ୍କ ଦୁଇବର୍ଷ ତଳେ ଡ୍ରଗ୍ସ ନେବା ସହ ବାଟବଣା ହୋଇ ଅମ୍ବାଲା ଚାଲି ଆସିଥିଲେ। ଏହା ପରେ ତାଙ୍କୁ ନିଜ ଘରର ଠିକଣା ମନେ ପଡ଼ି ନଥିଲା। ଦୁଇ ବର୍ଷ ପରେ ଏକ ଏନଜିଓର ସଦସ୍ୟ ତାଙ୍କୁ ତାଙ୍କ ଘର ଲୋକଙ୍କ ସହ ଭେଟ କରାଇଥିବା ଜଣା ପଡ଼ିଛି।

ମିଳିଥିବା ସୂଚନାନୁସାରେ ଯୁବକଙ୍କ ନାଁ ଧନଞ୍ଜୟ ଠାକୁର ଓ ସେ ଉତ୍ତରପ୍ରଦେଶର ଆଜମଗଡ଼ର ବାସିନ୍ଦା ବୋଲି ସ୍ପଷ୍ଟ ହୋଇଛି। ଧନଞ୍ଜୟଙ୍କ ବାପା ମାନବ ସମ୍ବଳ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଧନଞ୍ଜୟ ନିଜ ସାଙ୍ଗମାନଙ୍କ ସହ ମିଶି ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ଡ୍ରଗ୍ସ କବଳକୁ ଆସିଯିବା ସହ ସବୁ ଜିନିଷ ଭୁଲିବା ଆରମ୍ଭ କରିଥିଲେ। ଦିନେ ସେ ବୁଲିବା ପାଇଁ ଘରୁ ବାହାରିଥିବା ବେଳେ ନିଜ ଘରକୁ ଯିବାର ବାଟ ଭୁଲିଯିବାରୁ ଅମ୍ବାଲାରେ ଥିବା ମନ୍ଦିରରେ ରହିବା ଆରମ୍ଭ କରିଥିଲେ। କୌଣସି କାମ କରିବାକୁ ନଥିବାରୁ ଧନଞ୍ଜୟ ମନ୍ଦିର ତଳେ ବସି ଭିକ ମାଗିବା ଆରମ୍ଭ କରିଥିଲେ। ଏ ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲା।

Image result for beggar
EyeEm

ଦୁଇ ବର୍ଷ ପରେ ଗତ ଶୁକ୍ରବାର ଗୀତ ଗୋବିନ୍ଦ ସଂସ୍ଥାର ସଦସ୍ୟ ସାହିଲ ଅମ୍ବାଲାରେ ଥିବା ମନ୍ଦିରକୁ ଯାଇଥିବା ବେଳେ ଧନଞ୍ଜୟଙ୍କ ଗୋଡ଼ରୁ ରକ୍ତ ବାହାରୁଥିବା ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ। ଏହି ସମୟରେ ସାହିଲ ଧନଞ୍ଜୟଙ୍କୁ ତାଙ୍କ ବିଷୟରେ ପଚାରିଥିଲେ ମଧ୍ୟ ଧନଞ୍ଜୟ କିଛି ମନେ ପକାଇ ପାରି ନଥିଲେ। କିଛି ସମୟ ଚେଷ୍ଟା କରିବା ପରେ ସେ ବହୁ କଷ୍ଟରେ ନିଜ ଘରର ନମ୍ବର ମନେ ପକାଇ ସାହିଲଙ୍କୁ ଦେଇଥିଲେ। ସାହିଲ ଧନଞ୍ଜୟ ଦେଇଥିବା ନମ୍ବରକୁ ଫୋନ କରିବା ପରେ ଶିଶୁପାଳ ନାମକ ଜଣେ ବ୍ୟକ୍ତି ଫୋନ ଉଠାଇଥିଲେ। ଏହା ପ‌ରେ ସାହିଲ ଧନଞ୍ଜୟଙ୍କ ବିଷୟରେ କହିବାରୁ ସେ ମୋର ପୁତୁରା ବୋଲି କହିଥିଲେ ଶିଶୁପାଳ। ଦୁଇ ବର୍ଷ ପରେ ପରିବାରକୁ ଧନଞ୍ଜୟଙ୍କ ଠିକଣା ମିଳିବା  ପରେ ସେମାନେ ଆସି ଅମ୍ବାଲାରୁ ତାଙ୍କୁ ନେଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର