ସିଆରପିଏଫ ପାଇଁ ଆସିବ ଏହି ବୋମା ନିରୋଧୀ ବସ

ନୂଆଦିଲ୍ଲୀ : ଫେବ୍ରୁଆରୀ ୧୪ ପୁଲଓ୍ବାମା ଆକ୍ରମଣ ପରେ ନିଜର ନିରାପତ୍ତାକୁ ସୁଦୃଢ କରିବାକୁ କେତେକ ପଦକ୍ଷେପ ନେଇଛି ସିଆରପିଏଫ । ସିଆରପିଏଫର ଯବାନଙ୍କ ପାଇଁ କେତେକ ସ୍ବତନ୍ତ୍ର ବୋମା ନିରୋଧୀ ଗାଡିର ବରାଦ ଦିଆଯାଇଛି । ଏହି ଗାଡି ଗୁଡ଼ିକରେ ୩୦ ଜଣ ବସିପାରିବେ । ବୋମା ବିସ୍ଫୋରଣ ହେଲେ ବା ବାହାରୁ ଗୁଳିମାଡ କଲେ ଭିତରେ ଥିବା ଯବାନମାନେ ସୁରକ୍ଷିତ ରହିପାରିବେ । ଅନ୍ୟପକ୍ଷରେ କାଶ୍ମୀରରେ ମୃତୟନ ହୋଇଥିବା ସିଆରପିଏଫ ବାହିନୀରେ ବୋମା ନିରୋଧୀ ଦଳସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସିଆରପିଏଫ ମୁଖ୍ୟ ଆରଆର ଭଟ୍ଟନାଗର କହିଛନ୍ତି । ଏବେ ସିଆରପିଏଫ କେତେକ ମାଓ ପ୍ରବଣ ଇଲାକାରେ ଏପରି ବୋମା ନିରୋଧୀ ଗାଡି ବ୍ୟବହାର କରୁଛି ।
ଗତ ଫେବ୍ରୁଆରୀ ୧୪ରେ ଜାମ୍ମୁର ପୁଲଓ୍ବାମାଠାରେ ସିଆରପିଏଫର ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଏହାକୁ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ପାକିସ୍ତାନରେ ଥିବା ଜୈସ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ।

ସମ୍ବନ୍ଧିତ ଖବର