ଲାଞ୍ଚ ନେବା ଅଭିଯୋଗରେ ଗିରଫ ଖଣି ବ୍ୟବସାୟୀ ତଥା କର୍ଣ୍ଣାଟକର ପୂର୍ବତନ ବିଜେପି ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: ଏକ ଲାଞ୍ଚ ମାମଲାରେ ପୁଲିସ୍‌ ହାତରେ ଗିରଫ ହୋଇଥିବା ବିଶିଷ୍ଟ ଖଣି ବ୍ୟବସାୟୀ ତଥା କର୍ଣ୍ଣାଟକର ପୂର୍ବତନ ବିଜେପି ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ଆଜି ଅପରାହ୍ଣରେ ଜାମିନ ମିଳିଛି। ଏକ ଲକ୍ଷଟଙ୍କାର ବେଲବଣ୍ଡ ଦେବାପରେ ତାଙ୍କୁ ଜାମିନରେ ଯିବାପାଇଁ ଅନୁମତି ପ୍ରଦାନ କରିଛନ୍ତି ବେଙ୍ଗାଲୁରୁର ଏକ ଅଦାଲତ।
ଉଲ୍ଲେଖଯୋଗ୍ୟ, ସୟଦ ଅହମ୍ମଦ ନାମକ ଜନୈକ ଠକକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ଜନାର୍ଦ୍ଦନ ରେଡ୍ଡୀ ତା’ଠାରୁ ୧୮ କୋଟିର ନଗଦ ଅର୍ଥ ସମେତ ୫୭ କିଲୋ ସୁନା ଲାଞ୍ଚ ଆକାରରେ ନେଇଥିଲେ। ଏହି ଘଟଣାର ତଦନ୍ତ କରି ବେଙ୍ଗାଲୁରୁର କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଗତ ଶନିବାର ଅପରାହ୍ଣରେ ଲାଞ୍ଚ ନେବା ଅଭିଯୋଗରେ ବିଶିଷ୍ଟ ଖଣି ବ୍ୟବସାୟୀ ତଥା କର୍ଣ୍ଣାଟକର ପୂର୍ବତନ ବିଜେପି ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲା। ପରେ ପୁଲିସ୍‌ ତାଙ୍କୁ ଅଦାଲତରେ ହାଜର କରାଇବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର