ଶ୍ରୀଲଙ୍କା ଉପରୁ ବିପଦ ଟଳିନାହିଁ, ଆଗକୁ ଆହୁରି ବିସ୍ଫୋରଣ ଆଶଙ୍କା

କଲମ୍ବୋ : ଗତ ରବିବାରଦିନ ହୋଇଥିବା ଭୟଙ୍କର ସିରିଜ ବିସ୍ଫୋରଣ ସତ୍ତ୍ୱେ ଶ୍ରୀଲଙ୍କା ଉପରୁ ବିପଦ ଟଳିନାହିଁ । ଆଗକୁ ଆହୁରି ବିପଦର ଆଶଙ୍କା କରୁଛନ୍ତି ଶ୍ରୀଲଙ୍କା ସରକାର । ଗୁରୁବାରଦିନ ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଆଉ ଏକ ଛୋଟ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣଟି ସ୍ଥାନୀୟ ମାଜିଷ୍ଟ୍ରେଟ କୋର୍ଟ ନିକଟରେ ଥିବା ଏକ ଖାଲି ଅଳିଆଗଦାରେ ହୋଇଥିଲା । ଏଥିରେ କୌଣସି ଜନଜୀବନ ହାନୀ ହୋଇନଥିଲେ ମଧ୍ୟ ବିପଦଟଳିନଥିବା ସ୍ପଷ୍ଟ ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ଅନ୍ୟପକ୍ଷରେ ଗୁଇନ୍ଦା ବିଭାଗ ଆଗକୁ ଆହୁରି ବିସ୍ଫୋରଣର ହେବାର ଆଶଙ୍କା ବ୍ୟକ୍ତ କରୁଥିବାରୁ ଗୁରୁବାରଦିନ କଲମ୍ବୋରେ ହାଇଆଲର୍ଟ ଜାରି କରାଯାଇଥିଲା । ପୁଲିସ ପକ୍ଷରୁ ପ୍ରତି ଯାନବାହାନ ଓ ସଂଦିଗ୍ଧ ସ୍ଥାନର ଯାଞ୍ଚ କରାଯାଉଛି । ଆଜି ପୂର୍ବାହ୍ନରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ସମେତ ଅନେକ ଅଫିସର କର୍ମଚାରୀଙ୍କୁ ପ୍ରାୟ ୧ ଘଣ୍ଟା ଧରି ନିଜର ଅଫିସରୁ ବାହାରକୁ ନ ବାହାରିବା ପାଇଁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର