ମୁଜାଫର୍ନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ମିଳିଛିି। ପାଞ୍ଚ ମାସ ତଳେ ସେହି ଅଞ୍ଚଳର ଜଣେ ଯୁବକଙ୍କ ଦ୍ବାରା ଦୁର୍ଷ୍କମର ଶିକାର ହୋଇ ସେ ଗର୍ଭବତୀ ହୋଇଥିବା ସୂଚନା ରହିଛି।
ଶନିବାର ନାବାଳିକା ଜଣକ ହସ୍ପିଟାଲ୍ ଯିବା ପରେ ଡାକ୍ତରମାନେ ଜଣାଇଛନ୍ତି ଯେ ସେ ଚାରି ମାସର ଗର୍ଭବତୀ ବୋଲି। ନିଜ ଝିଅ ଗର୍ଭବତୀ ଥିବା ଜାଣିବା ପରେ ପୀଡ଼ିତାଙ୍କ ବାପା ତିତ୍ବାଇ ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।
/sambad/media/post_attachments/wp-content/uploads/2019/12/Pregnant-woman-300x169.jpg)
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପାଞ୍ଚ ମାସ ତଳେ ପୀଡ଼ିତା ନାବାଳିକା ଜଣକ ପଡ଼ିଆକୁ ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଏ ବିଷୟରେ କାହା ଆଗରେ ନକହିବା ପାଇଁ କହି ଦୁଷ୍କର୍ମକାରୀଜଣକ ପୀଡ଼ିତାଙ୍କୁ ଡରେଇ ଧମକାଇ ଚୁପ୍ କରାଇଥିଲେ। ପୀଡ଼ିତା ଜଣକ ଭୟରେ ଏ କଥା କାହା ଆଗରେ କହିନଥିଲେ। ମାତ୍ର ସେ ଗର୍ଭବତୀ ବୋଲି ଜାଣିବା ପରେ ନିଜ ପରିବାର ଲୋକଙ୍କ ଆଗରେ ପୂରା କଥା ଖୋଲି କହିଛନ୍ତି।