ନାବାଳିକାଙ୍କୁ ଦୁଷ୍କର୍ମ ମାମଲା:୯୨ ବର୍ଷୀୟ ବୃଦ୍ଧଙ୍କୁ ୧୦ ବର୍ଷ ଜେଲ

ଜୟପୁର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ୧୦ ବର୍ଷ ତଳର ଏକ ମାମଲାରେ ଭିଲଓ୍ଵାରା ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ହରଲାଲ୍‌ ବାଲାଇକୁ ଆଜି ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଲ୍ଳେଖଯୋଗ୍ୟ, ୨୦୦୯ ଡିସେମ୍ବର ୧୮ ତାରିଖରେ, ଭିଲଓ୍ଵାରା ଗ୍ରାମର ହରଲାଲ୍‌ ତାଙ୍କ ପଡୋଶୀ ଘରେ ରହୁଥିବା ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୦୯ ମସିହାରେ ହରଲାଲଙ୍କୁ ୮୪ ବର୍ଷ ହୋଇଥିଲା ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର