ମନ୍ଦସର ଶିଶୁ ଗଣଦୁଷ୍କର୍ମ ମାମଲା :୨ ଜଣଙ୍କୁ ମୃତ୍ୟୁଦଣ୍ଡ

ଭୋପାଳ: ଗତ ଜୁନ୍‌ ୨୬ ତାରିଖରେ ମଧ୍ୟପ୍ରଦେଶର ମନ୍ଦସରରେ ହୋଇଥିବା ଶିଶୁ ଗଣଦୁଷ୍କର୍ମ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଜଣେ ୮ ବର୍ଷର ଝିଅକୁ ଗଣଦୁଷ୍କର୍ମ ସହ ହତ୍ୟା ଉଦ୍ୟମ କରାଯାଇଥିଲା। ଘଟଣାରେ ଦୁଇଜଣ ଗିରଫ ହୋଇଥିଲେ। ତେବେଏହି ଶିଶୁ ଗଣଦୁଷ୍କର୍ମ ମାମଲାରେ ମଧ୍ୟପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଦୁଣଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଘଟଣାର ମାତ୍ର ୨ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରି କୋର୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ନିଶା ଗୁପ୍ତା ଏହି ମାମଲାରେ ଅଭିଯୁକ୍ତ ଇରଫାନ୍‌ ଏବଂ ଆସିଫ୍‌ଙ୍କୁ ଦୋଷୀସାବ୍ୟସ୍ତ କରି ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।
ଚଳିତବର୍ଷ ଜୁନ୍‌ ୨୬ରେ ମନ୍ଦସରର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ୍‌ ଗେଟ୍‌ ବାହାରେ ତା’ ବାପା ମା’ଙ୍କୁ ଅପେକ୍ଷା କରିଥିବାବେଳେ ଦୁଇଜଣ ବ୍ୟକ୍ତି ତାକୁ ଅପହରଣ କରି ନେଇ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର