ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଇଟାଓ୍ଵାରେ ୨ ଭଉଣୀଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ସ୍ଥିତି ନେଇ ଏବେ ଘୋର ଉଦ୍‌୍‌ବେଗ ପ୍ରକାଶ ପାଇଛି। ଉନ୍ନାଓ ଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ୟୁପିରେ ପୁଣି ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ୟୁପିର ଏଟାହରେ ଜଣେ ୭ ବର୍ଷର ନାବାଳିକାକୁ ଏକ ବିବାହ ଉତ୍ସବସ୍ଥଳରୁ ଟେକିନେଇ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୀଡ଼ିତାଙ୍କ ପରିବାର ସଦସ୍ୟ ବିବାହ ଉତ୍ସବରେ ବ୍ୟସ୍ତ ଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଶିଶୁଟିକୁ ନିକଟସ୍ଥ ଏକ ନିର୍ମାଣାଧୀନ ଘରକୁ ଟେକିନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। କୋଟଓ୍ଵାଲି ନଗର ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ବିବାହ ଉତ୍ସବ ପାଇଁ ଟେଣ୍ଟ୍‌ ଯୋଗାଇଥିବା ବ୍ୟକ୍ତିଙ୍କ ପୁଅ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଇଟାଓ୍ଵାରେ ଦୁଇ ଭଉଣୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ୧୯ ବର୍ଷ। ସେମାନେ କାଇଲାମାଉ ଗ୍ରାମ ବାସିନ୍ଦା ଏବଂ ଗତରାତିରେ ନିତ୍ୟକର୍ମ ସାରିବାପାଇଁ ଗ୍ରାମ ନିକଟସ୍ଥ ପଡ଼ିଆକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଦୁଇ ଭଉଣୀଙ୍କ ଶରୀରରେ ପ୍ରାୟ ୬ ରାଉଣ୍ଡ୍‌ ଗୁଳି ବାଜିଛି। କେଉଁ କାରଣ ପାଇଁ ଏହି ହତ୍ୟା କରାଯାଇଛି ତାହା ଜଣାପଡ଼ି ନଥିବା ବେଳେ ଘଟଣାର ଫରେନ୍ସିକ୍‌ ଯାଞ୍ଚ୍‌ କରାଯାଉଛି।

ସମ୍ବନ୍ଧିତ ଖବର