ପାକିସ୍ତାନରେ ହିନ୍ଦୁ ନାବାଳିକାକୁ ଅପହରଣ

ନୂଆଦିଲ୍ଲୀ: ହୋଲି ଦିନ ପାକିସ୍ତାନରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ ସହ ବଳପୂର୍ବକ ବିବାହକୁ ନେଇ ବିବାଦ ଥମି ନଥିବା ବେଳେ ସିନ୍ଧ ପ୍ରଦେଶରେ ଅନ୍ୟ ଏକ ହିନ୍ଦୁ ଝିଅକୁ ଅପହରଣ କରିନିଆଯାଇଥିବା ମାମଲା ସାମ୍ନାକୁ ଆସିଛି I ୧୬ ବର୍ଷୀୟ ନାବାଳିକାର ବାପା ମଙ୍ଗଳବାର ପୁଲିସରେ ମାମଲା ରୁଜୁ କଲାପରେ ପାକିସ୍ତାନ ସରକାର ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି। ଭାରତର ବିଦେଶ ମନ୍ତ୍ରାଳୟ ଏହି ମାମଲା ଉପରେ ସତର୍କ ନଜର ରଖିଛି।

ସମ୍ବନ୍ଧିତ ଖବର