ଆଫଗାନିସ୍ତାନରୁ ଲୋପ ପାଇଯିବେ ହିନ୍ଦୁ ଓ ଶିଖ !

କାବୁଲ : ଆମ ଦେଶରେ ସଂଖ୍ୟାଲଘୁମାନେ ସବୁପ୍ରକାରର ଅଧିକାର ସହ ନିର୍ଭୟରେ ବସବାସ କରୁଥିବାବେଳେ ପଡୋଶୀ ଇସ୍ଲାମିକ ଦେଶଗୁଡ଼ିକରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନଙ୍କ ସଂଖ୍ୟା କମି କମି ଚାଲିଛି । ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଅବସ୍ଥା ତ ସମସ୍ତଙ୍କୁ ଜଣା । ଏବେ ଆଫଗାନିସ୍ଥାନ କଥା ବିଚାରକୁ ନିଆଯାଉ । ଏଠାରେ ୧୯୯୦ ପୂର୍ବରୁ ପ୍ରାୟ ୨ ଲକ୍ଷ ୫୦ ହଜାର ହିନ୍ଦୁ ଓ ଶିଖ ଥିଲେ । କିନ୍ତୁ ଏବେ ଏହି ସଂଖ୍ୟା କମି କମି ମାତ୍ର ୧୩୫୦ରେ ପହଞ୍ଚିଛି । ଇସ୍ଲାମିକ ଆତଙ୍କବାଦୀଙ୍କ ବାରମ୍ବାର ଆକ୍ରମଣ ଫଳରେ ଅନେକ ଲୋକ  ଭାରତ ପ୍ରଭୃତି ଦେଶକୁ ପଳାୟନ କରିଛନ୍ତି ଅଥବା ମୃତ୍ୟୁବରଣ କରିଛନ୍ତି । ଏବେ ଇସ୍ଲାମିକ ଷ୍ଟେଟ ଓ ତାଲିବାନ ମାନଙ୍କ ଆକ୍ରମଣ ବଢିଚାଲିଥିବାରୁ ସେଠାରେ ଥିବା ଶିଖ ଓ ହିନ୍ଦୁମାନେ ପଳାୟନ କରିବାକୁ ବିଚାର କରୁଛନ୍ତି । ସେମାନେ ଏବେ ଭାରତୀୟ ଦୂତାବାସରେ ରହିବାକୁ ଚାହୁଁଛନ୍ତି । ଗତ ରବିବାର ଦିନ ଜଲାଲାବାଦରେ ହିନ୍ଦୁ ଓ ଶିଖ ମାନଙ୍କ ଏକ ସମାବେଶ ଉପରେ ଆତ୍ମଘାତି ଆକ୍ରମଣ ହେବାରୁ ପ୍ରାୟ ୧୯ ଜଣ ଶିଖ ପ୍ରାଣ ହରାଇଛନ୍ତି ଓ ଆହୁରି ଅନେକ ଆହତ ହୋଇଛନ୍ତି । ଏହି ପରି ଆକ୍ରମଣ ବଢିଚାଲିଥିବାରୁ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

୧୯୯୦ ପୂର୍ବରୁ ଆଫଗାନିସ୍ତାନ ଏକ ଆଧୁନିକ ଓ ମୁକ୍ତ ଚିନ୍ତାଧାରାର ଦେଶ ଥିଲା । ଏକ ମୁସଲିମ ବହୁଳ ଦେଶ ହେବା ସତ୍ତ୍ୱେ ସଂଖ୍ୟାଲଘୁମାନେ ନିର୍ଭୟରେ ରହୁଥିଲେ । ମାତ୍ର ଅଶୀ ଦଶକ ଶେଷ ଓ ନବେ ଦଶକ ଆରମ୍ଭରେ ସେଠାରେ ଆରମ୍ଭ ହୋଇଥିଲା ପାକ ସମର୍ଥିତ ତାଲିବାନ ଗୃହଯୁଦ୍ଧ । ଏହା ଫଳରେ ସେଠାରେ ଏବେ ସଂଖ୍ୟାଲଘୁମାନେ ଲୋପ ପାଇବାକୁ ବସିଲେଣି ।

ସମ୍ବନ୍ଧିତ ଖବର