ସୁସ୍ମିତା ସେନଙ୍କୁ ଅସଦାଚରଣ!

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଜଣେ ୧୫ ବର୍ଷର ନାବାଳକ ଅସଦାଚରଣ କରିଥିଲା। ଏକ ପୁରସ୍କାର ଉତ୍ସବରେ ଭିଡ଼ର ସୁଯୋଗ ନେଇ ଉକ୍ତ ନାବାଳକ ଏହି କାଣ୍ଡ ଘଟାଇଥିବା ବେଳେ ସୁସ୍ମିତା ଏହାର ଜବାବ୍‌ ମଧ୍ୟ ଦେଇଥିଲେ। ଉକ୍ତ ନାବାଳକକୁ ଦୂରକୁ ଟାଣି ନେଇ ସୁସ୍ମିତା ତାକୁ ଗାଳି ଦେବ ପରେ ସେ ଏଭଳି ଅସଦାଚରଣ କରିଥିବା କଥା ସ୍ୱୀକାର କରି ଭୁଲ ମାଗିଥିଲା। ଏହି ଘଟଣା ୬ ମାସ ତଳର ହୋଇଥିବା ବେଳେ ଗତକାଲି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ମହିଳାଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ କହିବା ବେଳେ ଏଭଳି ବିସ୍ଫୋରକ ଘଟଣା ଉପସ୍ଥାପନ କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ମହିଳାଙ୍କ ପ୍ରତି ଅସଦାଚରଣ, ଦୁର୍ବବ୍ୟବହାର, ଦୁଷ୍କର୍ମ ଆଦିର ମାତ୍ରା ବୃଦ୍ଧି ପାଇଥିବାରୁ ସେ ଉଦ୍‌୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର