ମିସେଲଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଟିଆନ୍ ମିସେଲ କରିଥିବା ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀ କୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ମିସେଲ ଇଷ୍ଟର ପର୍ବ ପାଳନ ନିମନ୍ତେ ଅନ୍ତରୀଣ ଜାମିନ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ। ପ୍ରବର୍ତନ ନିର୍ଦେଶାଳୟ ତରଫରୁ ମିସେଲଙ୍କୁ ଜାମିନ ଦିଆଯିବାକୁ ବିରୋଧ କରାଯିବାରୁ ସ୍ୱତନ୍ତ୍ର ଜଜ୍‌ ଅରବିନ୍ଦ କୁମାର ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ପ୍ରକାଶ। ମିସେଲର ଓକିଲ ଯୁକ୍ତି ବାଢ଼ିଥିଲେ, ସେ ଡିସେମ୍ବର ମାସରେ ଖ୍ରୀଷ୍ଟମାସ ପୂର୍ବରୁ ଗିରଫ ହୋଇଥିଲେ। ଏବେ ଇଷ୍ଟର ପର୍ବ ପାଇଁ ତାଙ୍କ ଜାମିନ ମଂଜୁର କରାଯାଉ। ମିସେଲଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା, ଉକ୍ତ ତଦନ୍ତର ଅଭିଯୋଗଫର୍ଦ ଦାଖଲ ହୋଇ ସାରିଛି। ତେଣୁ ପ୍ରମାଣ ନଷ୍ଟ କରିବାର କୌଣସି ସମ୍ଭାବନା ନାହିଁ। ମିସେଲ ଜଣେ ଖ୍ରୀ‌ଷ୍ଟିଆନ୍ ହୋଇଥିବାରୁ ତାଙ୍କୁ ଇ‌ଷ୍ଟର ପର୍ବ ପାଳନ କରିବାକୁ ଜାମିନ ଦିଆଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର