ମିସେଲ୍‌ଙ୍କ ହାଜତ ମିଆଦ ସରିଲା

ସିବିଆଇ ଗେଷ୍ଟ୍‌ ହାଉସ୍‌ରେ ପଞ୍ଚ ତାରକା ସୁବିଧା ପାଉଥିଲେ

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ୍‌ ଭିଭିଆଇପି ଚପର୍‌ ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିଷ୍ଟେନ୍‌ ମିସେଲ୍‌ଙ୍କୁ ଗତ ୪ ତାରିଖରୁ ଦୁବାଇରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ମାମଲାରେ ସିବିଆଇ ତଦନ୍ତ ପାଇଁ ଭାରତକୁ ପ୍ରତ୍ୟର୍ପିତ ହୋଇଥିବା ମିସେଲ୍‌ଙ୍କୁ ସିବିଆଇ ଗେଷ୍ଟ୍‌ ହାଉସ୍‌ରେ ପଞ୍ଚ ତାରକା ହୋଟେଲ୍‌ର ସୁବିଧା ସୁଯୋଗ ମିଳିଥିଲା। ଅତ୍ୟନ୍ତ ବିଳ‌ାସ ବ୍ୟସନରେ ସେ ରହିଥିଲେ।  ମିସେଲ୍‌ଙ୍କ ସିବିଆଇ ହାଜତ ମିଆଦ ଶେଷ ହୋଇଛି। କିନ୍ତୁ ମିସେଲ୍‌ ତଦନ୍ତ ପ୍ରକ୍ରିୟାରେ ସଠିକ୍‌ ଭାବେ ସହଯୋଗ କରିନଥିବା ଅଭିଯୋଗ ହୋଇଛି।

ସିବିଆଇ ହେପାଜତରେ ପାଖାପାଖି ୨ ସପ୍ତାହ ରହିଥିଲେ ମଧ୍ୟ ମିସେଲ୍‌ଙ୍କ ମୁହଁରୁ ୩,୬୦୦ କୋଟି ଟଙ୍କାର ଭିଭିଆଇପି ଚପର୍‌ ଦୁର୍ନୀତି ମାମଲାରେ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇ ପାରିନି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ବିଭିନ୍ନ କମ୍ପାନିକୁ ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ପୈଠ ହୋଇଥିବା ନେଇ ସିବିଆଇ ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିବାବେ‌ଳେ ସେ କହିଥିଲେ ‌ଯେ ତାଙ୍କୁ ଏନେଇ କମ୍ପାନି ଗୁଡ଼ିକରୁ ନିର୍ଦ୍ଦେଶ ମିଳିଥିଲା। ତେବେ ସିବିଆଇ ଟିମ୍‌ର ବରିଷ୍ଠ ଅଧିକାରୀମାନେ ଚେଷ୍ଟା କରି ମଧ୍ୟ ମିସେଲ୍‌ଙ୍କ ପାଟିରୁ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ପାରିନାହାନ୍ତି। ଅନ୍ୟପକ୍ଷରେ ମିସେଲ୍‌ଙ୍କ ଓକିଲ ଏବେ ତାଙ୍କ ଜାମିନ ଆବେଦନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର