ମେକ୍ସିକୋର ଭେନେସା ହେଲେ ମିସ୍ ୱାର୍ଲଡ୍-୨୦୧୮

ବେଜିଂ: ମେକ୍ସିକୋର ଭେନେସା ପୋନ୍ସ ଡି ଲିୟନ୍ ୨୦୧୮ ମସିହାର ମିସ୍ ୱାର୍ଲଡ ହୋଇଛନ୍ତି। ଚୀନ୍‌ର ସାନ୍ୟାଠାରେ ଅନୁଷ୍ଠିତ ୬୮ତମ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ‌ଭେନେସାଙ୍କୁ ବିଜୟିନୀ ଘୋଷଣା କରାଯାଇଛି। ଗତବର୍ଷର ମିସ୍ ୱାର୍ଲଡ ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଛନ୍ତି। ୧୧୭ ଜଣ ଅନ୍ୟ ଆଶାୟୀଙ୍କୁ ପଛରେ ପକାଇ ଭେନେସା ଏହି ସଫଳତା ପାଇଛନ୍ତି। ଥାଇଲାଣ୍ଡର ନିକୋଲିନି ପିଚାପା ଲିମସୁକାନ୍‌ଙ୍କୁ ପ୍ରଥମ ରନର୍ସ ଅପ୍ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ତାମିଲନାଡୁର ଅନୁକୃତି ଭାସ୍ ମଧ୍ୟ ଦୌଡ଼ରେ ଥିଲେ। ‌ଅନୁକୃତି ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇବାରେ ସକ୍ଷମ ହୋଇ ନଥିଲେ। ଭେନେସା ଇଣ୍ଟରନ୍ୟାସନାଲ ବିଜ୍‌ନେସ୍‌‌ରେ ଏବେ ଶିକ୍ଷାଲାଭ କରିବା ସହିତ ଝିଅମାନଙ୍କ ଥଇଥାନ ପାଇଁ ପ୍ରତିଷ୍ଠା ହୋଇଥିବା ଏକ କେନ୍ଦ୍ରର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର