ବିଶ୍ୱ ସୁନ୍ଦରୀଙ୍କୁ ସମ୍ମାନିତ କରିବେ ହରିଆଣା ସରକାର

ନିଜ ଇଚ୍ଛାରେ ମାନୁଷୀ ଦାବି କରିବେ ରାଜ୍ୟର ଯେକୌଣସି ଅଫିସ୍‌

ଚଣ୍ଡିଗଡ଼: ସଦ୍ୟ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିବା ଭାରତୀୟ ଝିଅ ମାନୁଷୀ ଚିଲରଙ୍କୁ ଏବେ ନିଜ ରାଜ୍ୟରେ ସମ୍ମାନିତ କରାଯିବ। ହରିଆଣାର ଏହି ଝିଅ ବିଶ୍ୱ ଦରବାରରେ ଭାରତର ଟେକ ରଖିବା ପରେ ହରିଆଣା ସରକାର ମାନୁଷୀଙ୍କୁ ନିଜ ରାଜ୍ୟରେ ସମ୍ମାନିତ କରିବାର ଯୋଜନା କରିଛନ୍ତି। ତେବେ, ମାନୁଷୀ ଏବେ ବି ଚୀନରେ ଅଛନ୍ତି। ସେ ସୋମବାର ଦିନ ଭାରତ ଫେରିବେ ବୋଲି ଶୁଣିବାକୁ ମିଳୁଛି। ନିଜ ଜନ୍ମମାଟିକୁ ଫେରି ସେ କିପରି ସଫଳତା ମନାଉଛନ୍ତି ତାହା ଦେଖିବାକୁ ପୂରା ଦେଶବାସୀ ବ୍ୟଗ୍ର। ଏହି ସୁନ୍ଦରୀ ଓ ବିଦୁଷୀଙ୍କୁ ସମ୍ମାନିତ କରିବା ପାଇଁ ହରିଆଣା ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମାନୁଷୀଙ୍କୁ ତାଙ୍କ ଇଚ୍ଛା ମୁତାବକ ଏକ ଅଫିସ୍‌ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ସେ ଚାହିଁଲେ ରାଜ୍ୟର କୌଣସି ବି ଅଫିସ୍‌ ମୁଖ୍ୟମନ୍ତ୍ରୀଙ୍କୁ ମାଗିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଫେମିନା ମିସ୍‌ ଇଣ୍ଡିଆ ଭାବେ ସମ୍ମାନିତ ହେବାରେ ମାନୁଷୀ ପ୍ରଥମ ଝିଅ। ସେ ଦିଲ୍ଲୀରେ ରହୁଥିଲେ ବି ତାଙ୍କ ଜନ୍ମସ୍ଥାନ ହରିଆଣା। ଏପରିକି ନିକଟରେ ଏକ ସାକ୍ଷାତକାରରେ ମାନୁଷୀ କହିଥିଲେ, ‘ମୁଁ ହରିଆଣାର ଝିଅ।’

ସମ୍ବନ୍ଧିତ ଖବର