ଗୋଆରୁ ନିଖୋଜ ହୋଇଥିବା ବିଦେଶୀ ଯୁବତୀଙ୍କ ପତ୍ତା ମିଳିଲା, ହିଲ୍ ଷ୍ଟେସନରୁ ଫେରିଲେ ଏଲିଜାବେଥ୍

ପାଣାଜୀ: ଗତକାଲି ଆମେରିକାରୁ ଗୋଆକୁ ଯୋଗ ଶିବିରରେ ଯୋଗ ଦେବାକୁ ଆସିଥିବା ଏଲିଜାବେଥ୍ ମନ୍ନଙ୍କ ନିଖୋଜ ହେବା ଖବର ସାମ୍ନାକୁ ଆସିଥିଲା। ଅକ୍ଟୋବର ୨୭ରେ ସେ ଉତ୍ତର ଗୋଆକୁ ଆସିଥିବା ବେଳେ ଗୁରୁବାରଠାରୁ ତାଙ୍କ ଫୋନ ବନ୍ଦ ଆସିଥିଲା। ଯାହା ପରେ ତାଙ୍କ ପରିବାର ଲୋକେ ଗୋଆ ପୁଲିସକୁ ସଂପର୍କ କରି ଏ ନେଇ ରିପୋର୍ଟ ଲେଖାଇଥିଲେ। ରିପୋର୍ଟ ଲେଖାଯିବା ପରେ ଏବେ ଏଲିଜାବେଥଙ୍କ ପତ୍ତା ମିଳିଥିବା ଜଣାପଡ଼ିଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ଏଲିଜାବେଥ୍ ଗୋଆରୁ ୮କିଲୋକିଟର ଦୂରରେ ଥିବା ପଞ୍ଚଗନିକୁ ଚାଲି ଯାଇଥିଲେ। ପଞ୍ଚଗନି ମହାରାଷ୍ଟ୍ରରେ ଥିବା ବେଳେ ଗୋଆଠାରୁ ୮ଘଣ୍ଟାର ଦୂରରେ ରହିଛି। ତେବେ ନିଜର ଫୋନ ଓ ଅନ୍ୟ ଜିନିଷ ଅନଜୁନ‌ାରେ ଛାଡ଼ି ସେ କ’ଣ ପାଇଁ ଏଭଳି ହଠାତ୍ ପଞ୍ଚଗନି ଚାଲି ଯାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଏ ନେଇ ଏଲିଜାବେଥଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ଏଲିଜାବେଥଙ୍କ ପତ୍ତା ମିଳିବା ପରେ ତାଙ୍କ ପରିବାର ଲୋକେ ଉଭୟ ଆମେରିକା ଓ ଭାରତକୁ ଧନ୍ୟବାଦ୍ ଜଣାଇଛନ୍ତି। ଖାସ୍ କରି ଗୋଆ ପୁଲିସର ତତ୍ପରତାକୁ ପରିବାର ଲୋକେ ପ୍ରଶଂସା କରିଛନ୍ତି।

Image result for missing-american-tourist-elizabeth-mann-returns-to-goa-from-maha-hill-station"
Newskarnataka.com

ସୂଚନା ମୁତାବକ, ଆମେରିକାର ମିନେସୋଟା ରାଜ୍ୟରେ ରହୁଥିବା ଏଲିଜାବେଥ୍‌ ଅକ୍ଟୋବର ୨୭ରେ  ଉତ୍ତର ଗୋଆରେ ଥିବା ଅନ୍‌ଜୁନାକୁ ଯୋଗ ଚିକିତ୍ସା ପାଇଁ ଆସିଥିଲେ । ଆସିବା ଦିନଠାରୁ ସେ ନିଜ ପରିବାର ସହ ସଂର୍ପକରେ ଥିବା ବେଳେ ଗୁରୁବାରଠାରୁ ତାଙ୍କ ଫୋନ ବନ୍ଦ ଆସିଥିଲା । ଯାହା ପରେ ତାଙ୍କ ସଂପର୍କୀୟ ଜେନି ଜନ୍‌ସନ୍‌ ହଫ୍‌ମ୍ୟାନ୍‌ ଫେସ୍‌ବୁକ୍‌ରେ ଏଲିଜାବେଥ୍‌ଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିବା ସହ ଅନ୍‌ଜୁନା ପୁଲିସରେ ଅଭିଯୋଗ କରିଥିଲେ । ଅନ୍‌ଜୁନାର ହଷ୍ଟେଲରେ ଏଲିଜାବେଥ୍‌ଙ୍କ ସମସ୍ତ ଜିନିଷ ଥିବା ସହ ତାଙ୍କ ପାଖରେ କେବଳ ତାଙ୍କର ପାସପୋର୍ଟ ରହିଥିବା କଥା ଜେନି ଚନ୍‌ସନ୍‌ ହଫ୍‌ମ୍ୟାନ୍‌ ପୁଲିସକୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର