କାଶ୍ମୀର ବିଶ୍ୱବିଦ୍ୟାଳୟର ଏହି ନିଖୋଜ ଛାତ୍ର ଏବେ ଜଣେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଯୁବକମାନେ ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ହୋଇଯାଉଥିବା ଆମ ଦେଶର ତଥାକଥିତ ଉଦାରବାଦୀମାନେ କହୁଛନ୍ତି । କାଶ୍ମୀରର ବିକାଶ କରାଗଲେ ଓ ଏହି ଯୁବକମାନଙ୍କୁ ଉପଯୁକ୍ତ ରୋଜଗାର ପ୍ରଦାନ କରାଗଲେ ସେମାନେ ମୁଖ୍ୟଧାରାକୁ ନିଶ୍ଚୟ ଫେରିବେ । କିନ୍ତୁ ଯାହା ଲାଗୁଛି ବାସ୍ତବତା ଏହାଠାରୁ ଅଲଗା । ଗତ କିଛି ବର୍ଷ ହେଲା ଦେଖାଯାଇଛି ଯେ ଉଚ୍ଚ ଶିକ୍ଷିତ କାଶ୍ମୀର ଯୁବକମାନେ ଆତଙ୍କବାଦୀ ହୋଇଯାଉଛନ୍ତି । ଏମାନେ ସମସ୍ତେ ଉଚ୍ଚଶିକ୍ଷିତ, ଟେକ-ସେଭି ଓ ବେଶ ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି ।
ଗତ ମାର୍ଚ୍ଚ ମାସରେ କାଶ୍ମୀର ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ର ହଠାତ ନିଖୋଜ ହୋଇଗଲା । ତାର ନାଁ ସମୀର ଅହମଦ ଦର । ସେ ନିଖୋଜ ହୋଇଯିିବାରୁ ଛାତ୍ର ଆନ୍ଦୋଳନ ତେଜିଲା । ଭାରତୀୟ ସେନା ତାହାକୁ ହତ୍ୟା କରିଛି ବୋଲି ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । କିନ୍ତୁ ନିକଟରେ ତାହାର ଏକ ଫେସବୁକ ଫଟୋ ଆସିଛି । ଯେଉଁଥିରେ ସେ ଏକ ଏକେ-୪୭ ଆସଲ୍ଟ ରାଇଫଲ ସହ ଛିଡା ହୋଇଛି । ସେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମୁହମ୍ମଦରେ ଯୋଗ ଦେଇଥିବା ଗୁଇନ୍ଦା ବିଭାଗ କହିଛି । ଜାମ୍ମୁ ଓ କାଶ୍ମୀର ପୁଲିସ ରିପୋର୍ଟ ଅନୁସାରେ ୨୦୧୭-୧୮ରେ ୧୦ ଜଣ ଗ୍ରାଜୁଏଟ, ୪ ଜଣ ପିଜି, ୨ ଜଣ ଏମଫିଲ, ୨ ଜଣ ପିଏଚଡି ଛାତ୍ର ଆତଙ୍କବାଦୀ ହୋଇଯାଇଛନ୍ତି । ଏହି ତାଲିକାରେ ଏବେ ସମୀର ଯୋଗ ଦେଇଛି । ସେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ଭୂ-ବିଜ୍ଞାନରେ ପିଜି କରୁଥିଲା ।

ସମ୍ବନ୍ଧିତ ଖବର