ଚୋର ମନେକରି ରୁଷୀୟ ସାଇକେଲବାଲାଙ୍କୁ ତେଲେଙ୍ଗାନାରେ ମାଡ଼

ହାଇଦ୍ରାବାଦ: ବିଶ୍ୱ ପରିକ୍ରମାରେ ବାହାରିଥିବା ଜଣେ ରୁଷୀୟ ସାଇକେଲ୍‌ବାଲା ତେଲେଙ୍ଗାନାର ଜଣେ କୃଷକ ଏବଂ ତାଙ୍କ ପଡ଼ୋଶୀମାନେ ଚୋର ବୋଲି ଭାବି ବହେ ମାରଧର କରି ଖଣ୍ଡିଆଖାବରା କରି ପକାଇଛନ୍ତି ବୋଲି ପୁଲିସ କହିଛି।

ପାଗ ଖରାପ ଯୋଗୁଁ ଶୁକ୍ରବାର ରାତିରେ ତେଲେଙ୍ଗାନାର କାମରେଡ୍ଡୀ ଜିଲ୍ଲାରେ ୪୪ ବର୍ଷିୟ ଭି ଓଲେଗ୍‌ ତମ୍ବୁ ପକାଇଲାବେଳେ ଘଟଣାଟି ଘଟିଛି।

ମୁଣ୍ଡ, ହନୁହାଡ଼ ଓ ଡାହଣ ହାତରେ ଆଘାତ ଲାଗିଥିବା ରୁଷୀୟ ନାଗରିକଜଣଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ସେଠାରେ ରାଷ୍ଟ୍ରାୟତ ଓସ୍‌ମାନିଆ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ।

ମସ୍କୋବାସୀ ଓଲେଗା ପୁଲିସକୁ କହିଛନ୍ତି ଯେ ସେ ନିଜାମାବାଦରୁ ମହାରାଷ୍ଟ୍ର ଅନ୍ତର୍ଗତ ଶିରିଡ଼ି ଯିବା ବାଟରେ ଝଡ଼ତୋଫାନ ଉଠାଇବାରୁ ସେ ଭିକ୍‌ନୂର ଠାରେ ଅଟକି ଥିଲେ। ଗୋଟାଏ ଚାଷଜମି ପାଖରେ ସେ ତମ୍ବୁ ଟାଣିଥିଲେ।

ବିଳମ୍ବିତ ରାତ୍ରୀରେ ବର୍ଷା ଛାଡ଼ି ଯିବା ପରେ, ଫସଲ ନଷ୍ଟ ହୋଇଛି କି, ନାହିଁ ଦେଖିବାକୁ କୃଷକ ମହେନ୍ଦର ରେଡ୍ଡୀ ବିଲକୁ ଆସି ଦେଖିଲେ ତାଙ୍କ ବିଲରେ ତମ୍ବୁ ଟାଣି ଲୋକଟିଏ ଶୋଇଛି। ତାଙ୍କୁ ସେ ଚୋର ବୋଲି ଭାବିଲେ।

ଚାଷୀ ତେଲୁଗୁ ଭାଷାରେ କ’ଣ କହୁଛନ୍ତି ତାହା ଓଲେଗ୍‌ ବୁଝି ପାରିଲେ ନାହିଁ। ଚାଷୀ ଓ ତାଙ୍କର କେତେକ ପଡ଼ୋଶୀ ତାଙ୍କୁ ଟର୍ଚ ଲାଇଟ୍‌ରେ ଆକ୍ରମଣ କରି ଆହତ କରି ପକାଇଥିଲେ।

ସମ୍ବନ୍ଧିତ ଖବର