ମିଜୋରାମ୍‌ ବାଚସ୍ପତି କଂଗ୍ରେସ ଛାଡ଼ି ବିଜେପିରେ

ଆଇଜଲ୍‌: ବିଧାନସଭା ନିର୍ବାଚନ ପାଇଁ ମିଜୋରାମ୍‌ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ତେବେ ଆଜି ରାଜ୍ୟ କଂଗ୍ରେସ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ବିଧାନସଭା ବାଚସ୍ପତି ହିଫେଇ ଆଜି ନିଜ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ହିଫେଇ କହିଛନ୍ତି ଯେ ଇସ୍ତଫା ପତ୍ର ବିଧାନସଭା ଉପବାଚସ୍ପତି ଆର୍‌ ଲାଲରିନବମାଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ବିଜେପି ସହିତ ହାତ ମିଳାଇଛନ୍ତି। ମିଜୋରାମ୍‌ ବିଧାନସଭା ନିର୍ବାଚନ ଚଳିତମାସ ୨୮ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର