ଗରିବର ଶବ ପାଇଁ କାନ୍ଧ ଅଭାବକୁ ପୂରା କଲେ ବିଧାୟକ; ମଶାଣି ପର୍ଯ୍ୟନ୍ତ ବୋହି ନେଇ ପାଲଟିଲେ ଉଦାହରଣ

ଗୌହ୍ଵାଟୀ: ଆସାମର ଜୋରହଟ ଜିଲ୍ଲା ଅନ୍ତର୍ଗତ ମରିଆନିର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମି ନିସ୍ୱାର୍ଥପର ଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଜଣେ ଗରିବ ଲୋକର ପରଲୋକ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ସକାଶେ ଶବକୁ ନିଜ କାନ୍ଧରେ ବୋହି ନେଉଥିବା ବେଳର ଫଟୋ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ଗୁରୁବାର ଦିନ ଦିଲୀପ ଦେ ନାମଗ ଜଣେ ଗରିବ ବ୍ୟକ୍ତିଙ୍କ ମୃତ୍ର ଘଟିଥିଲା। ମାତ୍ରେ ସ୍ମସାନକୁ ନେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ କାନ୍ଧ ନଥିବାରୁ ନିଜ କାନ୍ଧର ସହାୟତାରେ ଦୀଲିପଙ୍କୁ ସ୍ମସାନକୁ ନେଇ ବିଧାୟକ ଏବେ ଚର୍ଚ୍ଚା ପାଲଟିଛନ୍ତି।

ହିନ୍ଦୁ ଧର୍ମ ଅନୁସାରେ ମୃତକଙ୍କ ଶବକୁ ବୋହି ନେବା ପାଇଁ ବାଆଁଶରେ କୋକେଇ ତିଆରି କରାଯାଇଥିଲା। ବିଧାୟକ ରୂପଜ୍ୟୋତି ସମସ୍ତଙ୍କ ଆଗରେ ସେହି ସେହି କୋକେଇରେ ନିଜ କାନ୍ଧ ଦେଇଥିଲେ।

ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଧାୟକ ଏପରି ପ୍ରଥମ ଥର କରିନାହାନ୍ତି। ପୂର୍ବରୁ ମଧ୍ୟ ଏହିପରି କାର୍ଯ୍ୟ କରି ସେ ଚର୍ଚ୍ଚାରେ ରହି ସାରିଛନ୍ତି।

କେବଳ ସେତିକି ନୁହେଁ। ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ସେ ଜନତାଙ୍କୁ ବାରମ୍ବାର ସହାୟତାର ହାତ ବଢ଼ାଇଥାନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର