Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

କଶ୍ମୀର : ମହିଳାଙ୍କ କେଶ କାଟିବା ସନ୍ଦେହରେ ସେନା ଉପରେ ଆକ୍ରମଣ, ଗୁଳିଚାଳନାରେ ୨ ଗୁରୁତର

0 301

ଶ୍ରୀନଗର: ଜମ୍ମୁ-କଶ୍ମୀରରର ଅନନ୍ତନାଗ ଜିଲ୍ଲାର ପହଲଗାଓଁରେ ବୁଧବାର ଉତ୍ତେଜନା ଦେଖାଦେଇଛି। ମହିଳାଙ୍କ କେଶ କାଟିବା ଘଟଣାରେ ସଂପୃକ୍ତି ସନ୍ଦେହରେ ଲୋକେ ସେନାର ଯବାନଙ୍କୁ ଆକ୍ରମଣ କରିବା ପରେ ସେମାନେ ପାଲଟା ଗୁଳିଚାଳନା କରିଥିଲେ। ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ସେନାର କେତେଜଣ ଯବାନ ପହଲଗାଓଁ ଅଞ୍ଚଳରେ ରାସ୍ତାରେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ମହିଳାଙ୍କ କେଶ କାଟିବା ଘଟଣାରେ ସଂପୃକ୍ତି ସନ୍ଦେହରେ ସେମାନଙ୍କ ଉପରେ ଢ଼େଲାମାଡ଼ କରିଥିଲେ। ଏହାପରେ ଆତ୍ମରକ୍ଷା ଲାଗି ଯବାନମାନେ ଗୁଳିଚାଳନା କରିଥିଲେ। ଗୁଳିଚାଳନାରେ ୨ ଜଣ ଆହତ ହୋଇଥିବା ବେଳେ ସେମାନେ ବିପଦମୁକ୍ତ ରହିଛନ୍ତି।

ଗତ କିଛି ଦିନ ମଧ୍ୟରେ କାଶ୍ମୀର ଉପତ୍ୟାକାରେ ୪୦ ଜଣ ମହିଳାଙ୍କ କେଶ କଟାଯିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନବହୁଳ ଇଲାକାରେ ଏଭଳି ଘଟଣା ଘଟିଛି। ମୁଖ୍ୟତଃ ଯୁବତୀ ଓ ମଧ୍ୟାବସ୍ଥା ମହିଳାଙ୍କର କେଶ କାଟି ଦିଆଯାଉଛି।

ଜମ୍ମୁ-କଶ୍ମୀରରେ ମହିଳାଙ୍କ କେଶ କଟାଯିବା ଘଟଣା ବୃଦ୍ଧି ପାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ବିଫଳ ହୋଇଛି। ଗତ କାଲି ମଧ୍ୟ ଏପରି ଏକ ଘଟଣଶ କୁପ୍‌ଓ୍ଵାରା ସହରରେ ଘଯଇଥିଲା। ଜନୈକ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ମହିଳାଙ୍କ କେଶ କଟାଯିବା ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରି ସ୍ଥାନୀୟ କିଛି ଯୁବକ ଜଣେ ଯବାନଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ଏହାପରେ ଘଟଣାସ୍ଥଳରେ ସେନାର ଯବାନ ପହଞ୍ଚି ଯୁବକମାନଙ୍କୁ ଏଥିରୁ ନିବୃତ କରାଇଥିଲେ।

ଏହି ମାସ ଆରମ୍ଭରେ କେଶ କଟା ଘଟଣାକୁ ରୋକିବା ଲାଗି ଜମ୍ମୁ-କଶ୍ମୀର ପୁଲିସ୍‌ ଏକ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗଠନ କରିଥିଲା। ଏଥିସହ ଏଭଳି ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ୬ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। କେବଳ ସେତିକି ନୁହେଁ, ରାଜ୍ୟର ସବୁ ଜିଲ୍ଲାର ଡାକ୍ତର, ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବିଶେଷଜ୍ଞ ଦଳ ଗଠନ କରାଯାଇଛି।

ଗତ କିଛି ଦିନ ମଧ୍ୟରେ କାଶ୍ମୀର ଉପତ୍ୟାକାରେ ୪୦ ଜଣ ମହିଳାଙ୍କ କେଶ କଟାଯିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନବହୁଳ ଇଲାକାରେ ଏଭଳି ଘଟଣା ଘଟିଛି। ମୁଖ୍ୟତଃ ଯୁବତୀ ଓ ମଧ୍ୟାବସ୍ଥା ମହିଳାଙ୍କର କେଶ କାଟି ଦିଆଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seventeen + 12 =