ଅତ୍ୟଧିକ ମୋବାଇଲ ନିଶା ମହଙ୍ଗା ପଡ଼ିଲା: ଦୃଷ୍ଟି ଶକ୍ତି ହରାଇଲେ ଯୁବତୀ!

ଆଜିକାଲିର ଯୁବପିଢ଼ି ମୋବାଇଲ ଫୋନ୍‌ ବିନା ଗୋଟିଏ ଦିନ ବି କାଟି ପାରିବେ ନାହିଁ। ଆଜିର ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନ ସହ ଏକ ଜରୁରୀ ଜିନିଷ ପାଲଟି ଗଲାଣି। ମୋବାଇଲ ଫୋନର ବ୍ୟବାହର ଛୋଟରୁ ବଡ଼ ସବୁ ବୟସ ଓ ବର୍ଗର ଲୋକେ ବ୍ୟବହାର କରୁଛନ୍ତି। କହିବାକୁ ଗଲେ ମୋବାଇଲ ମାୟାରେ ବାୟା ସମସ୍ତେ। ସମୟ ବଦଳିବା ସହ ମୋବାଇଲର ବି ଉପଯୋଗିତା ବଢିବାରେ ଲାଗିଛି। ଆଜିର ଡିଜିଟାଲ ଯୁଗରେ ମୋବାଇଲ ଦ୍ୱାରା ସବୁକାମ କମ ସମୟରେ ହେଇପାରୁଛି। ଦେଶ ବିଦେଶରେ ଥିବା ପରିବାର ଲୋକ ବନ୍ଧୁବାନ୍ଧବଙ୍କ ସହ ଅତି ସହଜରେ କଥା ହୋଇ ପାରୁଛେ ଏହି ମୋବାଇଲ ଫୋନ୍‌ ଯୋଗୁଁ। ଏତେ ସୁବିଧା ଥିଲେ ମଧ୍ୟ ଅଧିକ ସମୟ ମୋବାଇଲ ଫୋନର ବ୍ୟବହାର ବହୁତ କ୍ଷତି ପହଞ୍ଚାଇଥାଏ।

ଆଜିକାଲି ଛୋଟରୁ ବଡ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ବଜାରକୁ ଅନେକ କମ୍ପାନିର ସ୍ମାର୍ଟଫୋନ ଆସିଲାଣି ଏବଂ ଶସ୍ତାରେ ମିଳିଯାଉଛି। ଏବେ ଅନେକ ଫିଚର ଥିବା ଏହି ସ୍ମାର୍ଟଫୋନରେ ରହିଛି ଅନେକ ମନୋରଞ୍ଜନ ଭରା ଆପ ଏବଂ ଏହି ସ୍ମାର୍ଟଫୋନରେ ଭିନ୍ନ ଭିନ୍ନ ଗେମ ଆପ ମଧ୍ୟ ରହିଛି। ଯାହାକୁ ଖୁବ୍‌ ମଜା ନେଇ ଘଂଟା ଘଂଟା ସମୟ ଅତିବାହିତ କରିଥାଆନ୍ତି ବ୍ୟବହାରକାରୀ। ମାତ୍ର ଅଧିକ ସମୟ ମୋବାଇଲ ଫୋନ୍‌ ବ୍ୟବହାର ଆଖି ପାଇଁ ବିପଦ ସୃଷ୍ଟି କରିଥାଏ।

କଥାରେ ଅଛି ଅତିରୁ ଇତି। ଆଉ ଏପରି କିଛି ହୋଇଛି ଜଣେ ୨୧ ବର୍ଷୀୟ ଚୀନ ଯୁବତୀଙ୍କ ସହ। ଘଂଟା ଘଂଟା ଧରି ସ୍ମାର୍ଟଫୋନରେ ଗେମ ଖେଳିବାର ପରିଣତି ଭୋଗିଛନ୍ତି ଯୁବତୀ ଜଣକ। ସୂଚନା ଅନୁସାରେ, ଯୁବତୀ ଜଣକ ମୋବାଇଲ ଫୋନରେ ଘଂଟା ଘଂଟା ଧରି ଗେମ୍‌ ଖେଳିବା ଦ୍ୱାରା ନିଜର ଆଖି ହରାଇଛନ୍ତି। ଅଧିକ ସମୟ ଧରି ଚାଇନାର ପ୍ରସିଦ୍ଧ ମୋବାଇଲ ଗେମ କିଙ୍ଗ ଗ୍ଲୋରି ଖେଳୁଥିବା ସମୟରେ ଘଟିଥିଲା ଏହି ଆକସ୍ମିକ ଦୁର୍ଘଟଣା। ଯେଉଁ କାରଣରୁ ସେ ତାଙ୍କ ଦୃଷ୍ଟି ଶକ୍ତି ହରାଇଛନ୍ତି।

ମୋବେଇଲ ଗେମ୍‌ ପ୍ରତି ଆସକ୍ତ ଥିବା ଏହି ମହିଳା ଜଣକ ଅକ୍ଟୋବର ୧ ରେ ସକାଳୁ ୬ଟାରୁ ଉଠିବା ମାତ୍ରେ ନଖାଇ, ନପିଇ, ଅଫିସ ନଯାଇ ଲଗାତାର ୮ଘଂଟା ଗେମ ଖେଳିଥିଲେ। ଏହାଦ୍ୱାରା ତାଙ୍କ ଚକ୍ଷୁ ପଟଳରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ଯାହାଦ୍ୱାରା ସେ ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ଏହି ଖବରରୁ ଜଣାପଡୁଛି ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର କେତେ ଭୟଙ୍କର ହୋଇପାରେ।

ସମ୍ବନ୍ଧିତ ଖବର