ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମୋବାଇଲ ନେଇ ସ୍କୁଲକୁ ଯାଇପାରିବେ ନାହିଁ : ପାଖରୁ ମୋବାଇଲ ମିଳିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ !

ଛତିଶଗଡ଼ : ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଏଣିକି ମୋବାଇଲ ନେଇ ପଢ଼ିବାକୁ ଯାଇପାରିବେ ନାହିଁ । ଛତିଶଗଡର ଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢ଼ାର ସ୍ତର ସୁଧାରିବା ପାଇଁ ଚେଷ୍ଟା କରାଯାଉଛି । ଯାହାଫଳରେ ସ୍କୁଲକୁ ପିଲାମାନେ ଏବେ ଆଉ ମୋବାଇଲ ନେଇ ଯାଇପାରିବେ ନାହିଁ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଓ ପ୍ରଧାନାଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶାନାମା ଅନୁଯାୟୀ ଏଣିକି ଶିକ୍ଷା ବିଭାଗ ହଠାତ୍ ସ୍କୁଲରେ ପହଂଚି ଛାତ୍ରମାନଙ୍କର ବ୍ୟାଗ ଚେକ୍ କରିବେ । କୌଣସି ବି ସ୍କୁଲ ପିଲାଙ୍କ ପାଖରୁ ମୋବାଇଲ ମିଳିଲେ ପ୍ରବନ୍ଧନଙ୍କୁ ଜବାବ ମଗାଯିବ । ଯଦି ପିଲାମାନେ ସ୍କୁଲକୁ ମୋବାଇଲ ନେଇକି ଆସୁଛନ୍ତି, ତେବେ ତାଙ୍କର ଅଭିଭାବକଙ୍କ ସହ ଏହା ବିଷୟରେ କଥା ହେବାକୁ ପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଯଦି ଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳନ କରାଯିବନି, ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ସମସ୍ତ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧକ ଲାଗିଛି । ଏହା ସତ୍ୱେ ପିଲାଙ୍କ ବ୍ୟାଗରେ ମୋବାଇଲ ଥିବା ସୂଚନା ମିଳୁଛି, ଯାହାର ପ୍ରଭାବ ତାଙ୍କର ପାଠପଢ଼ା ଉପରେ ସ୍ପଷ୍ଟ ଜଣାପଡୁଛି ।

ସମ୍ବନ୍ଧିତ ଖବର