ମୋଦୀ-ଅସ୍‌ରଫ୍‌ ଘନି କଥାବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନ ରାଷ୍ଟ୍ରପତି ଅସ୍‌ରଫ୍‌ ଘନିଙ୍କ ସହ ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜଳ ଓ ଆକାଶ ମାର୍ଗରେ ଯୋଗାଯୋଗ ବୃଦ୍ଧି କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ନେଇ ବର୍ତ୍ତମାନର ସ୍ଥିତି ସଂପର୍କରେ ଘନି ମୋଦୀଙ୍କୁ ଅବଗତ କରାଇଛନ୍ତି। ଆଫଗାନିସ୍ତାନର ପୁନଃନିର୍ମାଣ କାର୍ଯ୍ୟରେ ଏବେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେଠାରେ ସାମାଜିକ-ଆର୍ଥିକ ବିକାଶ ପାଇଁ ୨ ଶହ କୋଟି ଡଲାର ସହାୟତା ଯୋଗାଇ ଦେବାକୁ ଭାରତ ପ୍ରତିଶ୍ରୁତି ଦେଇଛି ଏବଂ ସେହି ଆଧାରରେ ପର୍ଯ୍ୟାୟକ୍ରମେ ସହାୟତା ଯୋଗାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର