ଜନ୍ମଦିନରେ ମା’ ହୀରାବେନ୍‌ଙ୍କ ଆଶୀର୍ବାଦ ନେଲେ ମୋଦୀ

୫ ହଜାର ସ୍ଥାନରେ ନର୍ମଦା ଆରତୀ,

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ମୋଦୀ ଗାନ୍ଧୀନଗର ଗସ୍ତ କରି ମା’ ହୀରାବେନ୍‌ଙ୍କ ଆଶୀର୍ବାଦ ନେଇଥିଲେ ଏବଂ ମା’ଙ୍କ ସହ ଭୋଜନ କରିଥିଲେ। ଆଜି ସକାଳେ ସର୍ଦ୍ଦାର ସରୋବର ଡ୍ୟାମ୍‌ରେ ପୂଜାର୍ଚ୍ଚନା ପରେ ମୋଦୀ ସେଠାରେ ଏକ ଜନସଭାରେ ଉଦ୍‌ବୋଧନ ଦେଇଥିଲେ। ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟରେ ନର୍ମଦା ମହୋତ୍ସବ ପାଳନ ହେଉଛି। ଆଜି ପ୍ରାୟ ୫ ହଜାର ସ୍ଥାନରେ ନର୍ମଦା ଆରତୀ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ୧୭ ସେପ୍‌ଟେମ୍ବର ୧୯୫୦ରେ ଗୁଜରାଟର ଭଡ୍‌ନଗରରେ ହୋଇଥିଲା।

ସମ୍ବନ୍ଧିତ ଖବର