ଟ୍ଵିଇଟ୍‌ରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଓ୍ଵାସିଂଟନ୍‌: ୨୦୧୭ରେ ବିଶ୍ୱରେ ଅଧିକ ଟୁଇଟ୍‌ କରାଯାଇଥିବା ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ଦ୍ୱିତୀୟ। ପ୍ରଥମ ସ୍ଥାନରେ ରହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। ଏ ତଥ୍ୟ ପ୍ରକାଶ କରିଛି ଟୁଇଟର୍‌।

ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କର ଦୁଇଟି ପୋଷ୍ଟ୍‍ ୨୦୧୭ରେ ଜନପ୍ରିୟ ହୋଇଥିବା ତିନୋଟି ଟୁଇଟ୍‌ରେ ରହିଥିଲା।
କାର୍ଟର୍‌ ଓ୍ଵିଲ୍‌କର୍‌ସନ୍‌ ନାମକ ଜଣେ ବ୍ୟକ୍ତି ଟୁଇଟ୍‌ କରିଥିବା ପୋଷ୍ଟ୍‍କୁ ୩. ୬ ନିୟୁତ ଥର ରିଟୁଇଟ୍‌ କରାଯାଇଥିଲା। ଏହା ୨୦୧୭ ବର୍ଷର ଶ୍ରେଷ୍ଠ ଟୁଇଟ୍‌ ବିବେଚିତ ହୋଇଛି।

ମଙ୍ଗଳବାର ଦିନ ଟୁଇଟର୍‌ ଏହି ତଥ୍ୟ ରିଲିଜ୍‌ କରିଛି। ଟୁଇଟର୍‌ କହିବାନୁସାରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ଅଛନ୍ତି ୪୪. ୧ ନିୟୁତ ଫଲୋର୍‌। ପ୍ରଧାନମନ୍ତ୍ରୀ ମୋଦିଙ୍କର ଅଛନ୍ତି ୩୭. ୫ ନିୟୁତ ଫଲୋର୍‌।

ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିବା ନେତାମାନେ ହେଉଛନ୍ତି: ଭେନିଜୁଏଲାର ନିକୋଲାସ୍‌ ମାଡୁରୋ, ତୁର୍କୀର ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌, ଫ୍ରାନ୍‌ସ୍‌ର ଇମ୍ମାନୁଏଲ୍‌ ମାକ୍ରୋନ୍‌, ମେକ୍‌ସିକୋର ଏନ୍‌ରିକ୍ୟୁ ପିନା ନିଏତୋ, ଆର୍ଜେଣ୍ଟିନାର ମୌରିସିପ୍‌ ମ୍ୟାକ୍‌ରି, ବ୍ରିଟେନ୍‌ର ଟେରେସା ମେ’, କଲମ୍ବିଆର ଜୁଆନ୍‌ ମାନୁଏଲ୍‌ ସାଣ୍ଟୋସ୍‌ ଏବଂ ଇଣ୍ଡୋନେସିଆର ଆକୁନ୍‌ ରେସ୍‌ମି ଜୋକୋ ଓ୍ଵିଡୋଡୋ।

ଏ ବର୍ଷ ଶ୍ରେଷ୍ଠ ୧୦ଟି ଜନପ୍ରିୟ ଟୁଇଟ୍‌ରେ ଓବାମାଙ୍କର ଅନ୍ୟ ଦୁଇଟି ଟୁଇଟ୍‌ ମଧ୍ୟ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର