ପାକିସ୍ତାନକୁ ପାଣି ବନ୍ଦ କରି ମାରିଦେବାକୁ ଯୋଜନା କରୁଛନ୍ତି ମୋଦି : ପାକ୍‌ ଗଣମାଧ୍ୟମ

ନୂଆଦିଲ୍ଲୀ : ପାକିସ୍ତାନକୁ ହରାଇବାକୁ ଭାରତକୁ ସାମରିକ ଶକ୍ତି ବା ଗଣ ସଂହାରକାରୀ ବୋମାର ଆବଶ୍ୟକତା ନାହିଁ । ଭାରତ ପାଖରେ ଆଉ ଏକ ବଡ଼ ଅସ୍ତ୍ର ଅଛି, ଯାହାକୁ ଭାରତ ଏବେ ବ୍ୟବହାର କରିବା ଆରମ୍ଭ କରିଛି । ଏହି ଅସ୍ତ୍ରଟି ହେଉଛି ପାଣି । ଏକଥା କହିଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକା ଡଃ ତାସିର ସଲ୍ଲାଉଦ୍ଦିନ ।

ପାକିସ୍ତାନୀ ସମ୍ବାଦପତ୍ର ଡେଲି ଟାଇମ୍ସରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସେ ଲେଖିଛନ୍ତି ଯେ ଆମେ ବଂଚିବା ପାଇଁ ପାଣି ଆବଶ୍ୟକ । କୃଷି, ଶିଳ୍ପ ଓ ଅର୍ଥନୀତି ପାଇଁ ପାଣି ଜରୁରୀ । ଭାରତ ଉପର ମୁଣ୍ଡରେ ବଡ଼ ବଡ଼ ନଦୀବନ୍ଧ ନିର୍ମାଣ କରି ପାକିସ୍ତାନକୁ ଯାଉଥିବା ପାଣି ଅଟକେଇବାକୁ ଯୋଜନା କରିଛି । କୁହାଯାଇପାରେ ଭାରତ ହାତରେ ଏକ ବଡ଼ ଅସ୍ତ୍ର ରହିଛି । ଆଗାମୀ ଦିନରେ ଭାରତ ଚାହିଁଲେ ପାକିସ୍ତାନକୁ ଶୁଖାଇ ମାରିଦେବ । ଅନ୍ୟପକ୍ଷରେ ଆମ (ପାକିସ୍ତାନର) ନେତା ମାନେ ପାଣି, ନଦୀବନ୍ଧ, ଆଗକୁ କିପରି ପାଣି ମିଳିବ ସେ ନେଇ ଚିନ୍ତା କରିବା ବଦଳରେ ଛୋଟିଆ ମୋଟିଆ ରାଜନୀତିରେ ବ୍ୟସ୍ତ ଅଛନ୍ତି । ପାକିସ୍ତାନୀ ଜନତା ମଧ୍ୟ ନେତାମାନଙ୍କ କଥାରେ ପଡି କାଶ୍ମୀର ପ୍ରସଙ୍ଗରେ ମାତିଛନ୍ତି । କିନ୍ତୁ ଭାରତ ତାର ରଣନୀତି ଉପରେ କାମକରିଚାଲିଛି । ଭାରତର ପ୍ରଧାନମନ୍ତ୍ରୀ ମୋଦି ନିକଟରେ କାଶ୍ମୀରରେ କ୍ରିଷ୍ଣଗଙ୍ଗା ଓ ରତଲାନ ଡ୍ୟାମକୁ ଉଦଘାଟନ କରି ନିଜର ରଣନୀତିକୁ ସ୍ପଷ୍ଟ କରିଦେଇଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର