ଦେଶବାସୀଙ୍କୁ ଏପରି ଲେଖି ଟୁଇଟର୍‌ରେ ଦୀପାବଳି ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ମୋଦି; ସୈନିକଙ୍କୁ ଖୁଆଇଲେ ମିଠା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଛନ୍ତି। ଆଲୋକର ପର୍ବ ଦୀପାବଳିରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟର୍‌ରେ ଲେଖିଛନ୍ତି, ‘ଦୀପାବଳିରେ ସବୁ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ କାମନା କରୁଛି ଯେ ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆଣୁ।’ ଏହା ବ୍ୟତୀତ ଭଲର ଶକ୍ତି ସବୁବେଳେ ଚକ୍‌ଚକ୍‌ କରୁ ବୋଲି ସେ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସମାନ ମେସେଜ୍‌କୁ ଉଭୟ ଇଂରାଜି ଓ ହିନ୍ଦୀରେ ଲେଖିଛନ୍ତି। ଦୀପାବଳି ଅବସରରେ ଆଜି ସକାଳୁ ସେ ଡେରାଡୁନ୍‌ଠାରେ ପହଞ୍ଚି କେଦାରନାଥ ଯାତ୍ରା କରିଥିଲେ। ଚଳିତବର୍ଷ ମୋଦି ତୃତୀୟ ଥର ପାଇଁ କେଦାରନାଥରେ ଦୀପାବଳି ମନାଇଛନ୍ତି।

ଏପରିକି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ମସିହାଠାରୁ ପଦ ସମ୍ଭାଳିବା ପରେ ପରେ ପ୍ରତିବର୍ଷ ଏହି ପର୍ବକୁ ପାଳନ କରି ଆସୁଛନ୍ତି। ମୋଦି ମୁଖ୍ୟତଃ ଦେଶର ସୈନିକ ଓ ସୁରକ୍ଷାକର୍ମୀମାନଙ୍କ ସହ ପର୍ବ ପାଳନ କରିବାର ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି। ଚଳିତବର୍ଷ ବି ସୁରକ୍ଷାକର୍ମୀଙ୍କୁ ମିଠା ଖୁଆଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର