ଦୋଷ ଲୁଚାଇବାକୁ ‘ଅବାଞ୍ଛିତ ଆଲିଙ୍ଗନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଶାହଜାହନପୁରରେ ଅନୁଷ୍ଠିତ ଏକ ର‍୍ୟାଲିରେ ଉଦ୍‌୍‌ବୋଧନ ଦେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି। ଗତକାଲି ଲୋକସଭାରେ ଅନାସ୍ଥା ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଲିଙ୍ଗନକୁ ମୋଦି ‘ଅବାଞ୍ଛିତ’ ଏବେ ଦୋଷ ଘୋଡ଼ାଇବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏନ୍‌୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବର ନେତୃତ୍ୱ ନେଇଥିବା କଂଗ୍ରେସ ଏହି ଅନାସ୍ଥାର କାରଣ ମଧ୍ୟ କହିବାକୁ ସକ୍ଷମ ହୋଇନାହିଁ। ଏ ସଂପର୍କରେ ବାରମ୍ବାର ପ୍ରଶ୍ନ କରାଯିବା ପରେ ମଧ୍ୟ ରାହୁଲ କାରଣ ଦର୍ଶାଇ ପାରିନଥିଲେ ଏବଂ ନିଜର ଦୋଷ ଲୁଚାଇବାକୁ ଆଲିଙ୍ଗନ କରିଥିଲେ ବୋଲି ମୋଦୀ କହିଛନ୍ତି। ତେବେ ଲୋକସଭାରେ ଗତକାଲି ଘଟିଥିବା ଏହି ଆଲିଙ୍ଗନ ପ୍ରସଙ୍ଗକୁ ମୋଦୀ ନିଜ ର‍୍ୟାଲିରେ ଉଠାଇଥିବାରୁ ଆଗାମୀ ଦିନରେ ଏହା ଏକ ନିର୍ବାଚନୀ ପ୍ରସଙ୍ଗ ପାଲଟିବ ବୋଲି ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ଆଖୁ ଚାଷୀମାନଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଏବେ ଆଖୁ ଚାଷୀଙ୍କ ପାଇଁ ସେମାନଙ୍କ ବିନିଯୋଗ ମୂଲ୍ୟ ଉପରେ ୮୦ ପ୍ରତିଶତ ସିଧା ସଳଖ ଲାଭ ମିଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏନ୍‌୍‌ଡିଏ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ବିରୋଧୀ ଦଳର ଅନସ୍ଥା ପ୍ରସ୍ତାବ ଦେଶର ବିକାଶକୁ ରୋକିବା ପାଇଁ ଏବଂ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୯୦ ହଜାର କୋଟି ଟଙ୍କା ବିଭିନ୍ନ ସବ୍‌୍‌ସିଡି ମାଧ୍ୟମରେ ପୂର୍ବରୁ ଯେଉଁଭଳି ବାଟମାଣା ହେଉଥିଲା ତାହା ଏବେ ବନ୍ଦ ହୋଇଯାଇଛି ଏବଂ ହିତାଧିକାରୀଙ୍କ ନିକଟରେ ସିଧାସଳଖ ସରକାରୀ ସହାୟତା ଅର୍ଥ ପହଞ୍ଚୁଛି। ୯୦ ହଜାର କୋଟି ଟଙ୍କାର ହରିଲୁଟ୍‌ ହେବା ବଞ୍ଚିଯିବାରୁ ଅନେକଙ୍କ ଦୋକାନ ବନ୍ଦ ହୋଇଯାଇଛି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର